ETV Bharat / city

କଠୋର ହେଲେ ମହିଳା କମିଶନ; ଜୁନାଗଡ ପୀଡିତାଙ୍କୁ ନ୍ୟାୟ ଦେବାପାଇଁ ପଦକ୍ଷେପ - ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା

ନବ ନିଯୁକ୍ତ ମହିଳା କମିଶନଙ୍କ ତତ୍ପରତା । ଦୁଷ୍କର୍ମ ପୀଡିତା ଯୁବତୀଙ୍କୁ ନ୍ୟାୟ ଦେବାକୁ ପଦକ୍ଷେପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 23, 2019, 7:22 PM IST

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ଗଣଦୁଷ୍କର୍ମ ବଢିଚାଲିଛି । ଏହାସହ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହାକୁ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଳାହାଣ୍ଡି ଜୁନାଗଡର ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ଜୁନାଗଡ ଥାନାରେ ଏତଲା ଦେଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ନବ ନିଯୁକ୍ତି ରାଜ୍ୟ ମହିଳା କମିଶନ ମିନତୀ ବେହେରା । ଘଟଣାର ତଦନ୍ତ ପାଇଁ ମହିଳା କମିଶନ ଜୁନାଗଡ ଗସ୍ତ କରିବେ ।

ଅନ୍ୟପଟେ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚର ସାଇବର ସେଲ ସହ ଆଲୋଚନା କରିଛନ୍ତି । ଯେମିତି ଏହି ଅମାନୁଷିକ ଘଟଣାର ଭିଡିଓ ଭାଇରାଲ ବନ୍ଦ ହେବ ସେଥିପାଇଁ ଧ୍ୟାନ ଦେବାକୁ ସାଇବର ସେଲକୁ ଅନୁରୋଧ କରିଛନ୍ତି ମହିଳା କମିଶନ । ଅଭିଯୁକ୍ତ ଯେମିତି ଦଣ୍ଡ ପାଇବ ସେଥିପାଇଁ ସବୁ ପଦକ୍ଷେପ ନେବେ ବୋଲି କହିଛନ୍ତି କମିଶନ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଜୁନାଗଡ ଗଣଦୁଷ୍କର୍ମ ଘଟଣା, ଭିଡ଼ିଓ ଭାଇରାଲକୁ ବନ୍ଦ କରିବାକୁ କ୍ରାଇମବ୍ରାଞ୍ଚ କୁ ଚିଠି ଲେଖିଲେ ରାଜ୍ୟ ମହିଳା କମିଶନ।

କଳାହାଣ୍ଡି ଜୁନାଗଡରେ ପୁଣି ଥରେ ଲଜ୍ୟା। ଜାରିଙ୍ଗ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ଖୁବ ଶୀଘ୍ର ଦୋଷୀଙ୍କ ବିରୋଧରେ ପଦକ୍ଷପ ନେବା ପାଇଁ ଆଗେଇଆସିଛନ୍ତି ମହିଳା କମିଶନ। ଭିଡ଼ିଓ ଭାଇରାଲକୁ କିଭଳି ଭାବରେ ରୋକା ଯାଇପାରିବ ସେ ନେଇ ସାଇବର କ୍ରାଇମ ବ୍ରାଞ୍ଚ ସହ ଆଲୋଚନା କରିଛନ୍ତି ମହିଳା କମିଶନ।

Body:
ସୂଚନା ଅନୁଯାୟୀ, ଜୁନାଗଡ ଭବାନୀ ପାଟଣା ଜାତୀୟ ରାଜପଥ ପାଖ ରେ ଥିବା ଏକ ଜଙ୍ଗଲରେ ଘଟିଛି ଏକ ଯୁବତୀଙ୍କ ସହ ଗଣଦୁଷ୍କର୍ମ। ଏନେଇ ପିଟିତା ଜୁନାଗଡ ଥାନାରେ ଏତାଲା ଦେଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ।
ଏହି ଘଟଣା କୁ ନେଇ ନବ ନିଯୁକ୍ତି ରାଜ୍ୟ ମହିଳା କମିଶନ ମିନତୀ ବେହେରା ପ୍ରଥମ ତଦନ୍ତ ଭାର ନେଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ରାଜ୍ୟ ମହିଳା କମିଶନ ମିନତୀ ବେହେରା ଜୁନାଗଡ ଗସ୍ତ କରିଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟ ମହିଳା କମିଶନ ମିନତୀ ବେହେରା କହିଛନ୍ତି ଯେ କିଭଳି ଭାବରେ ଭିଡ଼ିଓ କୁ ଭାଇରାଲ କରାଯିବ ନାହିଁ। ସେ ନେଇ ସାଇବର କ୍ରାଇମ ବ୍ରାଞ୍ଚ ସହ ଆଲୋଚନା କଟାଯାଇଛି। ଏଭି ଅମାନୁଷିକ କାର୍ଯ୍ୟ କରିଥିବା ଦୋଷୀମାନଙ୍କୁ କିଭଳି ଭାବରେ ଦଣ୍ଡ ଦିଆଯିବ ସେନେଇ ଉଚିତ ପଦକ୍ଷପ ନିଆଯିବ। ଏହି ଘଟଣା ଉପରେ କମିଶନ ନଜର ରଖିବା ସହ ସମସ୍ତ ପ୍ରକାରର ଅନୁଧ୍ୟାନ କରୁଛନ୍ତି।ଏହି ଘଟଣା କୁ ନେଇ ଜୁନାଗଡ ବାହାରିଛନ୍ତି ମହିଳା କମିଶନ ଙ୍କ ସମେତ 4 ଜଣ ଟିମ।

Byte- ମିନତୀ ବେହେରା, ରାଜ୍ୟ ମହିଳା କମିଶନ, ଅଧଖ୍ୟା ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.