ETV Bharat / city

ରାଜ୍ୟରେ ୪ ଲକ୍ଷ ୫୭ ହଜାରରୁ ଅଧିକଙ୍କୁ ମିଳିଛି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜମି - ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜମି

ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଓ ଉପଯୋଗ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ଦୁଇଦିନିଆ ଜାତୀୟ ପରାମର୍ଶ ବୈଠକ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ରାଜ୍ୟରେ ୪ ଲକ୍ଷ ୫୭ ହଜାରରୁ ଅଧିକଙ୍କୁ ମିଳିଛି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜମି

author img

By

Published : Jul 8, 2022, 7:53 AM IST

ଭୁବନେଶ୍ବର: ଜନଜାତିଙ୍କର ବିକାଶ ଆଧାରରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଓ ଉପଯୋଗ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ଦୁଇଦିନିଆ ଜାତୀୟ ପରାମର୍ଶ ବୈଠକ ଗୁରୁବାର ଠାରୁ ଆରମ୍ଭ ହୋଇଛି । ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏହି ବୈଠକ ଆୟୋଜିତ ହୋଇଛି ।

ରାଜ୍ୟରେ ୪ ଲକ୍ଷ ୫୭ ହଜାରରୁ ଅଧିକଙ୍କୁ ମିଳିଛି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜମି

କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ସହଯୋଗରେ ରାଜ୍ୟ ସରକାର ଏବଂ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ସହଭାଗିତାରେ ଏସ୍‌ସିଏସ୍‌ଟିଆର୍‌ଟିଆଇରେ ଏହା ଆୟୋଜିତ ହୋଇଯାଇଛି । ଜନଜାତି ସଂପ୍ରଦାୟର ବିକାଶ ପାଇଁ ଅନ୍ତରାୟ ସୃଷ୍ଟି କରୁଥିବା ଉପାଦାନ ଏବଂ ଦେଶର ଜନଜାତିଙ୍କୁ ସଶକ୍ତ କରିବା ପାଇଁ ଥିବା ନୀତି ଓ କାର୍ଯ୍ୟକ୍ରମଗୁଡ଼ିକୁ ଅଧିକ ମଜବୁତ କରିବାର ଉପାୟ ଖୋଜିବା ଏପରି ପରାମର୍ଶ ବୈଠକର ମୂଳ ଲକ୍ଷ୍ୟ । ଏହି ଜାତୀୟ ବିମର୍ଶ ବୈଠକର ଉଦ୍‌ଯାପନୀ ଅଧିବେଶନରେ ନିତି ଆୟୋଗର ଉପପରାମର୍ଶଦାତା ଡ. ମୁନି ରାଜୁ ଯୋଗ ଦେଇଛନ୍ତି ।

ଗରିବ ଓ ଅସୁରକ୍ଷିତ ସଂପ୍ରଦାୟଙ୍କ ଜୀବିକାନିର୍ବାହର ସୁରକ୍ଷାକୁ ଦୃଷ୍ଟିରେ ରଖି ଜଙ୍ଗଲ ଅଧିକାରର ସ୍ୱୀକୃତି ପ୍ରଦାନର ବିଶେଷତ୍ୱ ଉପରେ ଆଲୋକପାତ କରିଛନ୍ତି । ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ଡ. ଏନ୍‌.ସି. ସାକ୍‌ସେନା ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଛନ୍ତି । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ (ଏଫ୍‌ଆର୍‌ଏ ଡିଭିଜନ୍‌) ମନୋଜ ବାପ୍‌ନା ଭାରତ ସରକାରଙ୍କ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ସୂଚନା ଦେଇଛନ୍ତି ।

ଓଡ଼ିଶାରେ ୪ ଲକ୍ଷ ୫୭ ହଜାରରୁ ଅଧିକ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଜମିକୁ ମଞ୍ଜୁର କରାଯାଇଛି । ଜମି ଅଧିକାର ପାଇଥିବା ପ୍ରାୟ ୩ ଲକ୍ଷ ୫୧ ହଜାର ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଜଙ୍ଗଲ ଉପରେ ନିର୍ଭରଶୀଳ ସଂପ୍ରଦାୟଗୁଡ଼ିକର ସୁରକ୍ଷା ପାଇଁ ଏହା ଓଡ଼ିଶାର ପ୍ରତିବଦ୍ଧତାକୁ ସୂଚିତ କରୁଛି ବୋଲି ସଚିବ ସୂଚନା ଦେଇଛନ୍ତି । ଏସ୍‌ସିଏସ୍‌ଟିଆର୍‌ଟିଆଇର ଉପଦେଷ୍ଟା ତଥା ନିର୍ଦ୍ଦେଶକ ଏବଂ ସ୍ୱତନ୍ତ୍ର ଶାସନ ସଚିବ ପ୍ରଫେସର ଡ. ଅଖିଳ ବିହାରୀ ଓତା ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇଛନ୍ତି ।

ଏହାସହିତ ଜଙ୍ଗଲ ଅଧିକାର ଆଇନର ବିଭିନ୍ନ ଦିଗ ଓ ଆଭିମୁଖ୍ୟ ସଂପର୍କରେ ସେ ସୂଚନା ଦେଇଛନ୍ତି । ଏହାର ରୂପାୟନ ପାଇଁ ଥିବା ସମସ୍ୟାର ସମାଧାନ ଓ ଆଇନକୁ ମଜବୁତ କରିବା ଉପରେ ସେ ଆଲୋକପାତ କରିଛନ୍ତି । ଭାରତରେ ଅବସ୍ଥାପିତ ୟୁଏନ୍‌ଡିପିର ଉପ ଆବାସିକ ପ୍ରତିନିଧି ଡେନି କ୍ୟୁୟରୀ ଅସୁରକ୍ଷିତ ସଂପ୍ରଦାୟଙ୍କ ସୁରକ୍ଷାଜନିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଗୋଷ୍ଠୀଙ୍କ ଜଙ୍ଗଲ ଅଧିକାର ଆଇନର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।

ଏହି ଦୁଇଦିନିଆ ଜାତୀୟ ପରାମର୍ଶ ବୈଠକରେ ଜନଜାତି ଗବେଷଣା ପ୍ରତିଷ୍ଠାନ, ସେଣ୍ଟର ଫର ଏକ୍ସଲେନ୍ସର ପ୍ରତିନିଧି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଜନଜାତି ସଂସ୍କୃତି ଓ ବିକାଶ ଉପରେ କାର୍ଯ୍ୟରତ ଦଶରୁ ଅଧିକ ରାଜ୍ୟର ପ୍ରତିନିଧିବୃନ୍ଦ ଯୋଗଦାନ କରିଛନ୍ତି । ବୈଠକରେ ପାଞ୍ଚଟି ବୈଷୟିକ ଅଧିବେଶନ ରହିଛି । ସେଥିରେ ଜଙ୍ଗଲ ଅଧିକାର ଆଇନ ବିଭିନ୍ନ ଦିଗ, ଉଦ୍ଦେଶ୍ୟ, ମହତ୍ୱ ଓ କାର୍ଯ୍ୟକାରିତା ଉପରେ ବକ୍ତାମାନେ ସୁଚିନ୍ତିତ ମତ ପ୍ରଦାନ କରିବେ । ଏଥିରେ ଜଙ୍ଗଲ ଅଧିକାର ଆଇନର ପ୍ରଭାବୀ କାର୍ଯ୍ୟକାରିତା ନିମନ୍ତେ ରୋଡ଼୍‌ମ୍ୟାପ୍‌ ପ୍ରସ୍ତୁତି କରାଯିବ ।

ଐତିହାସିକ ଜଙ୍ଗଲ ଅଧିକାର ଆଇନ ଜଙ୍ଗଲବାସୀଙ୍କୁ ସେମାନଙ୍କ ଅଧିକାର ଚିହ୍ନିବା ଓ ଅଧିକାରଭୁକ୍ତ କରିବା ପାଇଁ ଏକ ପ୍ରୟାସ । ଜଙ୍ଗଲରେ ପୁରୁଷ ପୁରୁଷ ଧରି ବସବାସ କରି ଆସୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲବାସୀମାନଙ୍କ ପାଇଁ ଜଙ୍ଗଲ ଜମିକୁ ଚିହ୍ନଟ କରିବା ସହ ଅଧିକାର ସାବ୍ୟସ୍ତ କରିବା ଏହି ଆଇନର ଉଦ୍ଦେଶ୍ୟ । ଜଙ୍ଗଲ ନୀତିକୁ ସରଳୀକରଣ କରିବା ଏବଂ ବିଶେଷ ଭାବେ ବ୍ୟକ୍ତିଗତ, ଗୋଷ୍ଠୀଗତ, ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ୱୀକୃତି ଦେଇ ଜୀବିକା ସୁରକ୍ଷା ଯୋଗାଇ ଦେବା ପାଇଁ ଏହି ଆଇନ ପ୍ରଯୁଜ୍ୟ । ପୁଣି ଏହି ନିୟମ ଜଙ୍ଗଲ ଏବଂ ଜୈବବିବିଧତାର ସଂରକ୍ଷଣ, ସ୍ଥାନୀୟ ବାସିନ୍ଦାଙ୍କ ଜୀବିକାନିର୍ବାହ ତଥା ନିରନ୍ତର ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ହ୍ରାସ ପାଇଁ ଭାରତର ଅନ୍ତର୍ଜାତୀୟ ପ୍ରତିଶ୍ରୁତି ପୂରଣ କରିବାରେ ସହାୟକ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.