ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଯୋଜନାରେ ଏକ ଲକ୍ଷରୁ ଅଧିକ ଆବେଦନ ପତ୍ର ପଡିଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 3 କୋଟି 25 ଲକ୍ଷ 18 ହଜାର 495 ହିତାଧିକାରୀ ଉପକୃତ ହେଉଛନ୍ତି । ଚଳିତ ବର୍ଷ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 61,550 ଜଣ ସାମିଲ ହୋଇଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 29,676 ଜଣ ସାମିଲ ହୋଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ 30 ଜିଲ୍ଲାରେ 1 ଲକ୍ଷ 97 ହଜାର 469 ଜଣ ଆବେଦନ କରିଛନ୍ତି । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସାମିଲ କରାଯାଇନାହିଁ । ଆଜି ବିଧାନସଭା ବଜେଟ ଅଧିବେଶନରେ ଏହି ତଥ୍ୟ ରଖିଛନ୍ତି ଯୋଗଣା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ ।
ଭୁବନେଶ୍ବରରୁ ରୁଦ୍ରନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ