ETV Bharat / city

ଓଟିଡିସିର ବିଦେଶ ଭ୍ରମଣ ପ୍ୟାକେଜ, ‘ଗୋ ଗ୍ଲୋବାଲ’ରେ ବୁଲିବେ ବିଦେଶ - ‘ଗୋ ଗ୍ଲୋବାଲ’

‘ଗୋ ଗ୍ଲୋବାଲ’ରେ ବିଦେଶ ବୁଲାଇବ ଓଟିଡିସି । ସ୍ବଳ୍ପ ମୂଲ୍ୟରେ 5ଟି ଦେଶ ପରିଭ୍ରମଣ କରିପାରିବେ ଯାତ୍ରୀ । 3 ଷ୍ଟାର ହୋଟେଲରେ ରହିବା ଠାରୁ ଟ୍ରାଭେଲ ବିମା, ଭିସା ଓ ଭୋଜନ ସବୁକିଛି ଯୋଗାଇଦେବ ଓଟିଡିସି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

otdc
otdc
author img

By

Published : Feb 27, 2020, 4:52 PM IST

ଭୁବନେଶ୍ବର: ଓଟିଡିସି ପକ୍ଷରୁ ଲୋକଙ୍କୁ ବିଦେଶ ଭ୍ରମଣର ସୁବିଧା ଦେବାକୁ ଆରମ୍ଭ କରାଯାଇଛି ନୂଆ ପ୍ୟାକେଜ । ଯାହାର ନାମ ରଖାଯାଇଛି ‘ଗୋ ଗ୍ଲୋବାଲ’ । ଏହା ମାଧ୍ୟମରେ ପର୍ଯ୍ୟଟକଙ୍କୁ ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆ ଓ ଦୁବାଇ ଭଳି 5ଟି ଦେଶ ଭ୍ରମଣର ସୁବିଧା ମିଳିପାରିବ ବୋଲି ଓଟିଡିସି ପକ୍ଷରୁ କୁହାଯାଇଛି । ଯେଉଁଥିପାଇଁ ଓଟିଡିସି ଯାତ୍ରୀମାନଙ୍କ ବିମାନ ଟିକେଟ ସହ ଭିଜା, 3 ଷ୍ଟାର ହୋଟେଲରେ ରହଣୀ, ଟ୍ରାଭେଲ ବୀମା, ଜଳଖିଆ ଓ ରାତ୍ରି ଭୋଜନ ସହିତ ନିର୍ଦିଷ୍ଟ ପର୍ଯ୍ୟଟନ କ୍ଷେତ୍ର ପରିଦର୍ଶନ ପାଇଁ ଟିକେଟ ବ୍ୟବସ୍ଥା ମଧ୍ୟ କରାଯିବ ।

ଓଟିଡିସିର ବିଦେଶ ଭ୍ରମଣ ପ୍ୟାକେଜ, ‘ଗୋ ଗ୍ଲୋବାଲ’ରେ ବୁଲିବେ ବିଦେଶ

ଆଜି ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଟିଡିସି ଅଧକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେବା ସହିତ ରାଜ୍ୟସରକାର ଲୋକଙ୍କ ମନରେ ବିଦେଶ ଭ୍ରମଣ ପାଇଁ ଥିବା ଆଗ୍ରହକୁ ଫଳବତୀ କରିଛନ୍ତି ବୋଲି କହିଛନ୍ତି । ଏହି ଅବସରରେ ଓଟିଡିସି ଏମଡି ହେମକାନ୍ତ ସାଏ ବିଭିନ୍ନ ଟୁରର ଅବଧି ଓ ଧାର୍ଯ୍ୟ ଫି ବିଷୟରେ ଅବଗତ କରାଇଥିଲେ । ତେବେ ଏହି ପ୍ୟାକେଜ ଆଜି ଠାରୁ ଲୋକମାନେ ଉପଲବ୍ଧ କରି ପାରିବେ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଯାହାକି ବର୍ଷ ତମାମ ଜାରି ରହିବ । ତେବେ ଏହା ବ୍ୟତୀତ ୟୁରୋପ ଦେଶ ଭ୍ରମଣ ପାଇଁ ଓଟିଡିସି ପକ୍ଷରୁ ବର୍ଷକୁ ଥରୁଟିଏ ଥିବା ଟୁର ଗୋଟିଏ ଦିନ ପାଇଁ ଥିଲାବେଳେ ଏହା କେବଳ ମେ 27 ରୁ ବାହାରିଥାଏ ବୋଲି ଜଣାପଡିଛି ।

ତେବେ ଆଜି ଘୋଷଣା ହୋଇଥିବା ପ୍ୟାକେଜ ଅନୁସାରେ ଥାଇଲାଣ୍ଡ ଟୁର 3 ରାତି 4 ଦିନ ପାଇଁ ହୋଇଥିବାବେଳେ ଏହା ପାଇଁ ଜଣକୁ 24 ହଜାର 9ଶହ 90 ଟଙ୍କା ଅତି କମରେ ଦେବାକୁ ହେବ । ସେହିପରି ମାଲେସିଆ 3ରାତି 4 ଦିନ ପାଇଁ 29 ହଜାର 9ଶହ 90ଟଙ୍କା, ସିଙ୍ଗାପୁର 3ରାତି 4 ଦିନ ପାଇଁ 39 ହଜାର 9ଶହ 90ଟଙ୍କା, ଇଣ୍ଡୋନେସିଆ(ବାଲି) 4ରାତି 5ଦିନ ପାଇଁ 34 ହଜାର 9ଶହ 90 ଟଙ୍କା ଏବଂ ଦୁବାଇ 4ରାତି 5 ଦିନ ପାଇଁ 53 ହଜାର 9ଶହ 90 ଟଙ୍କା ଜଣ ପିଛା ଖର୍ଚ୍ଚ କରିବାକୁ ହେବ ବୋଲି ସେ କହିଛନ୍ତି। ଏଥିରେ ଅନ୍ୟ ସମସ୍ତ ସୁବିଧା ଅନ୍ତର୍ଭୁକ୍ତ ଥିବାବେଳେ ମଧ୍ୟାହ୍ନ ଭୋଜନ ଓ ଏଥିରେ ନଥିବା ଅନ୍ୟ ସ୍ଥାନ ଭ୍ରମଣ ପାଇଁ ଗାଇଡ଼ ଖର୍ଚ୍ଚ ଏବଂ ନିଜର ଅନ୍ୟାନ୍ୟ ଖର୍ଚ୍ଚ ଯାତ୍ରୀମାନେ ବହନ କରିବେ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.