ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ OTDC ପକ୍ଷରୁ ରଜ ମହୋତ୍ସବ ୨୦୨୨ର ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଆଶ୍ୱିନ ପାତ୍ର, ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ରାଜକିଶୋର ଦାସ, ଦୁର୍ଗାପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହା ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ପ୍ରଥମ କାର୍ଯ୍ୟକ୍ରମ ।
ଏଥିରେ ୩୦ ଟି ଷ୍ଟଲ୍ରୁ ସାମିଲ୍ କରାଯାଇଛି ଯେଉଁଥିରେ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ ପ୍ରକାରର ପିଠା ସହ ରଜ ପାନ ଆଦିକୁ ସ୍ଥାନ ଦିଆଯାଇଛି । ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଛି । ରଜ ଦୋଳି ସହ ସେଲଫି ଜୋନ୍ ଏଠାରେ ବିଶେଷ ଆକର୍ଷଣୀୟ ରହିଥିଲା । ତେଣୁ ରାଜଧାନୀ ବାସୀଙ୍କ ଭିଡ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।
ଇଟିଭି ଭାରତ, ଭୁବନେଶ୍ବର