ETV Bharat / city

ଆରମ୍ଭ ହେଲା ସରକାରୀ ବସ ସେବା, ଘରକୁ ଫେରିବାକୁ ଉତ୍ସାହିତ ଯାତ୍ରୀ - osrtc bus service started

ଦୀର୍ଘ 76 ଦିନ ଧରି ଦେଶ ତଥା ରାଜ୍ୟରେ ଜାରିରହିଛି ଲକଡାଉନ । ଏଥିପାଇଁ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ବସସେବା ବନ୍ଦ ରହିଛି । ତେବେ ପଞ୍ଚମ ପାଳି ଲକଡାଉନ ଘୋଷଣାରେ ନିୟମରେ କୋହଳ ହେବା ସହ ରାଜ୍ୟ ସରକାର ଆଜିଠାରୁ ସରକାରୀ ବସ ସେବା ଆରମ୍ଭ କରିଛନ୍ତି । ତେବେ ଭୁବନେଶ୍ବରରେ ଫସିରହିଥିବା ଯାତ୍ରୀ ମାନେ ଆଜି ଘରକୁ ଯିବାକୁ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ସରକାରୀ ବସ ସେବା, ଘରକୁ ଫେରିବାକୁ ଉତ୍ସାହିତ ଯାତ୍ରୀ

author img

By

Published : Jun 8, 2020, 2:14 PM IST

ଭୁବନେଶ୍ବର: ଦୀର୍ଘ 76 ଦିନ ଧରି ଦେଶ ତଥା ରାଜ୍ୟରେ ଜାରିରହିଛି ଲକଡାଉନ । ଏଥିପାଇଁ ଦୀର୍ଘଦିନ ଧରି ଆନ୍ତଃରାଜ୍ୟ ବସସେବା ବନ୍ଦ ରହିଛି । ତେବେ ପଞ୍ଚମ ପାଳି ଲକଡାଉନ ଘୋଷଣାରେ ନିୟମରେ କୋହଳ ହେବା ସହ ରାଜ୍ୟ ସରକାର ଆଜିଠାରୁ ସରକାରୀ ବସ ସେବା ଆରମ୍ଭ କରିଛନ୍ତି । ତେବେ ଭୁବନେଶ୍ବରରେ ଫସିରହିଥିବା ଯାତ୍ରୀ ମାନେ ଆଜି ଘରକୁ ଯିବାକୁ ଉତ୍ସାହିତ ରହିଥିବା ଦେଖିବାକୁ ମିଳିଛି ।

ଆରମ୍ଭ ହେଲା ସରକାରୀ ବସ ସେବା, ଘରକୁ ଫେରିବାକୁ ଉତ୍ସାହିତ ଯାତ୍ରୀ

ଆଜି ଠାରୁ ଓଏସଆରଟିସି ପରିଚାଳିତ ବସସେବା ଆରମ୍ଭ ହୋଇଛି । ଯେଉଁଥିରେ ସାରା ରାଜ୍ୟପାଇଁ 66ଟି ରୁଟରେ 96ଟି ବସ ଚଳାଚଳ କରିବାର ସୂଚନା ରହିଛି । ତେବେ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ବିଭିନ୍ନ ସ୍ଥାନକୁ ଆଜି 6ଟି ବସ ଚଳାଚଳ ଆରମ୍ଭ କରିଛି । ଏଥିପାଇଁ ନିଗମ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବସକୁ ସାନିଟାଇଜ କରିବା ସହ ଯାତ୍ରୀମାନେ ବସକୁ ଚଢ଼ିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଉଛି । ଯାହାକୁ ଯାତ୍ରୀମାନେ ପାଳନ କରିବା ସହ ଘରକୁଫେରିବା ନେଇ ଉତ୍ସାହିତ ଥିବା ଦେଖାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.