ETV Bharat / city

ସିନିୟର କ୍ଲର୍କ ଘରେ ଭିଜିଲାନ୍ସ ଛାପା, ଘରେ ପଶିଲା ପରେ ଅଫିସର କାବା

ଭୁବନେଶ୍ବର ସିନିୟର କ୍ଲର୍କଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରି ବିପୁଳ ପରିମାଣର ଅଳଙ୍କାର ଓ ଟଙ୍କା ଠାବ କରିଛି । ଅଧିକ ପଢନ୍ତୁ...

Huge ornaments, cash seized from senior clerk's house during vigilance raid
ସିନିୟର କ୍ଲର୍କ ଘରୁ ବିପୁଳ ପରିମାଣର ଅଳଙ୍କାର ଟଙ୍କା ଜବତ
author img

By

Published : Dec 22, 2020, 12:45 PM IST

Updated : Dec 22, 2020, 1:58 PM IST

ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ 1ର ସିନିୟର କ୍ଲର୍କ ଅସିତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ତେବେ ଚଢାଉ ସମୟରେ ବିପୁଳ ପରିମାଣର ଅଳଙ୍କାର ସହ ଟଙ୍କା ଠାବ କରାଯାଇଛି ।

ସିନିୟର କ୍ଲର୍କଙ୍କ ଡୁମୁଡୁମା ବାସଭବନ ସମେତ ଜଟଣି ପ୍ରଧାନ ସାହିରେ ଥିବା ଘର, ଗୋଳନ୍ଥରାରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ, ଆରଆଣ୍ଡବି ଡିଭିଜନ ଅଫିସକୁ ମିଶାଇ ମୋଟ 5ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

ତେବେ ଭିଜିଲାନ୍ସ ଟିମର ଚଢାଉ ସମୟରେ ବିପୁଳ ପରିମାଣର ସୁନା ଗହଣା ଓ ନଗଦ ଟଙ୍କା ଠାବ ହୋଇଛି । 10 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଏପର୍ଯ୍ୟନ୍ତ ଭୁବନେଶ୍ବର ବାସଭବନରୁ ଠାବ ହୋଇଥିବାବେଳେ ସୁନା ଗହଣା ମଧ୍ୟ ଠାବ ହୋଇଛି । ଏହା ସହିତ ଚାରିଚକିଆ ଗାଡି ଓ ଦୁଇଚକିଆ ଗାଡି ମଧ୍ୟ ଭିଜିଲାନ୍ସ ଟିମ ଠାବ କରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Dec 22, 2020, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.