ETV Bharat / city

ଅଗଷ୍ଟ 1 ରେ ନିଯୁକ୍ତି ପାଇବେ 6891 ଶିକ୍ଷକ, ଗୁରୁମନ୍ତ୍ର ଦେବେ ନବୀନ

author img

By

Published : Jul 29, 2022, 6:14 PM IST

ଦ୍ୱିତୀୟ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ 1 ତାରିଖ ସୋମବାର ଅନୁଷ୍ଠିତ ହେବ । ଏଥିରେ ନବ ନିଯୁକ୍ତ ହୋଇଥିବା ପ୍ରାୟ 6 ହଜାର 8 ଶହ 91 ଶିକ୍ଷକ ଅଂଶଗ୍ରହଣ କରିବେ । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷକତାର ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଗୁରୁମନ୍ତ୍ର ଦେବେ ନବୀନ
ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ 1 ତାରିଖ ସୋମବାର ଅନୁଷ୍ଠିତ ହେବ । ଏଥିରେ ନବ ନିଯୁକ୍ତ ହୋଇଥିବା ପ୍ରାୟ 6 ହଜାର 8 ଶହ 91 ଶିକ୍ଷକ ଅଂଶଗ୍ରହଣ କରିବେ । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଶିକ୍ଷକଙ୍କୁ ଶିକ୍ଷକତାର ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଅଗଷ୍ଟ 1 ରେ ନିଯୁକ୍ତି ପାଇବେ 6891 ଶିକ୍ଷକ, ଗୁରୁମନ୍ତ୍ର ଦେବେ ନବୀନ

ମନ୍ତ୍ରୀ କହିଛନ୍ତି ଯେ, ହାଇସ୍କୁଲ ରୂପାନ୍ତରଣରେ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକ ନିଯୁକ୍ତି । ଦ୍ଵିତୀୟ ପର୍ଯ୍ୟାୟରେ 6891 ଶିକ୍ଷକଙ୍କୁ ନିଯୁକ୍ତି ମିଳିବ । ଆର୍ଟସ, ସାଇନ୍ସ, ହିନ୍ଦୀ, ସଂସ୍କୃତ, ପିଇଟି, ଟିଜିଟି ଓ ତେଲୁଗୁ ଶିକ୍ଷକଙ୍କୁ ନିଯୁକ୍ତି ମିଳିବ । ରାଜ୍ୟରେ 11 ହଜାର 403 ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଥିବାବେଳେ ଏହା ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି । ସିବିଟି ମାଧ୍ୟମରେ ଶିକ୍ଷକଙ୍କ ଦକ୍ଷତା ଅନୁଯାୟୀ ଥିବା ଶିକ୍ଷକଙ୍କୁ ଚୟନ କରାଯାଇଥିବା ବେଳେ ତିନି ପର୍ଯ୍ୟାୟରେ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଇଛି । ନିଯୁକ୍ତି ପ୍ରକ୍ରିୟାରେ ପିଲାମାନେ ସେମାନଙ୍କ ଇଚ୍ଛା ମୁତାବକ ଜିଲ୍ଲା ଚୟନ କରିଛନ୍ତି । ନିଯୁକ୍ତି ପାଇବାକୁ ଥିବା ଶିକ୍ଷକଙ୍କ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇଥିବାବେଳେ ଶିକ୍ଷକଙ୍କର ନିଯୁକ୍ତି ପାଇଁ ଜିଲ୍ଲାୱାରୀ ଏବଂ ସ୍କୁଲ ସ୍ତରରେ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି ।

ଅଗଷ୍ଟ 1 ତାରିଖରେ ନବ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଓରିଏଣ୍ଟେସେନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କଳିଙ୍ଗ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ଚୟନ ହୋଇଥିବା ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ନିଯୁକ୍ତି ପାଇଁ ଚୟନ ହୋଇଥିବା ପ୍ରାୟ 6891 ଶିକ୍ଷକଙ୍କୁ ଏକକାଳୀନ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ଦ୍ବାରା ଏହି ପ୍ରକ୍ରିୟା ତ୍ୱରାନ୍ବିତ ହେବ । ତେବେ ସମସ୍ତ ଶିକ୍ଷକଙ୍କ ଯାତାୟତ ସୁବିଧା ଜିଲ୍ଲା ସ୍ତରରେ ଜିଲ୍ଲା ଶିକ୍ଷାଧିକାରୀମାନେ ବ୍ୟବସ୍ଥା କରିବେ । ସମସ୍ତ ଶିକ୍ଷକ ୟୁନିଫର୍ମରେ ଭୁବନେଶ୍ବର ଆସିବେ । ଏଥିରେ ପ୍ରବେଶ ପାଇଁ ସେମାନଙ୍କୁ ଏକ ଅସ୍ଥାୟୀ ପରିଚୟ ପତ୍ର ଦିଆଯିବ । ଜିଲ୍ଲା ସ୍ତରରେ ଡିଇଓମାନେ ଏହାର ସମସ୍ତ ଦାୟିତ୍ଵ ବହନ କରିବେ । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏନେଇ ବିସ୍ତୃତ ମାର୍ଗଦର୍ଶିକା ଡିଇଓମାନଙ୍କୁ ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.