ETV Bharat / city

କାଳ ସାଜିଛି କାଳିଆ, ସତ କହୁଛନ୍ତି ମନ୍ତ୍ରୀ ନା ମୁଖପାତ୍ର ! - ମନ୍ତ୍ରୀ ନା ମୁଖପାତ୍ର

କନ୍ଦେଇଲାଣି କାଳିଆ । ସତରେ ଅଯୋଗ୍ୟ କେତେ ? ନେତାଙ୍କ ତଥ୍ୟରେ ଖାପଖାଉନି ତାଳମେଳ । ରାଜ୍ୟରେ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଥିବା ମନ୍ତ୍ରୀ କହୁଥିବା ବେଳେ ମୁଖପାତ୍ର କହୁଛନ୍ତି 32 ହଜାର । ସତ କହୁଛି କିଏ । ମନ୍ତ୍ରୀ ନା ମୁଖପାତ୍ର ? ଏପଟେ ଶୁଖିଲାରେ ପ୍ରସଙ୍ଗ ପାଇ ଆକ୍ରମଣ କରିଛନ୍ତି ବିରୋଧି ଦଳ ।

ଡ଼ିଜାଇନ ଫଟୋ
author img

By

Published : Sep 18, 2019, 8:37 PM IST

ଭୁବନେଶ୍ବର: ସରକାରଙ୍କୁ ଘାଇଲା କଲାଣି ‘କାଳିଆ’ ନିଳା । ଶାସକ ବିଜୁ ଜନତା ଦଳ ପାଇଁ କାଳିଆ ଯୋଜନା ଏବେ କାଳ ସଦୃଶ୍ୟ । ଏହି ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ହାତେଇବା କଥା ଖୋଦ ମନ୍ତ୍ରୀ କହିସାରିବା ପରେ ଶାଣିତ ଆକ୍ରମଣ କରିଛନ୍ତି ବିରୋଧି । କାଳିଆ ଅକଳରୁ ମୁକ୍ତି ପାଇଁ ବାଟ ଖୋଜୁଛନ୍ତି ରାଜ୍ୟ ସରକାର । ଆଉ ଏହାରି ଭିତରେ ରାଜ୍ୟ ସରକାରଙ୍କ ପାଇଁ ବାହାରିଛନ୍ତି ଦଳୀୟ ମୁଖପାତ୍ର ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ମଙ୍ଗଳବାର କୃଷି ମନ୍ତ୍ରୀ କାଳିଆ ଯୋଜନା ରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି । ତାଲିକା ପ୍ରକାଶ ପରେ ପଦାରେ ପଡ଼ିଛି ଯୋଜନାର ସ୍ବଛତା । ଯେଉଁ ଯୋଜନା ବଳରେ ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେଡି ଶାସନ କ୍ଷମତାକୁ ଫେରିଛି । ସେହି କାଳିଆର ଏତେବଡ ଗୋଳମାଳିଆ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଠାରେ ପ୍ରଶ୍ନ ଉଠୁଛି , ଯେଉଁ ସରକାରୀ ବାବୁ ମାନେ ଏହି ଯୋଜନାର ରୂପରେଖ କରୁଥିଲେ ,ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ରାଜ୍ୟ ସରକାର ?

କାଳିଆ ପାଇଁ ପ୍ରତି ପଞ୍ଚାୟତରେ କରାଯାଉଥିଲା ଯାଞ୍ଚ । ତଥାପି ଏତେ ସଂଖ୍ୟକ ଅଯୋଗ୍ୟ । ଭୋଟ ପାଇଁ ଅଯୋଗ୍ୟଙ୍କୁ ଯୋଗ୍ୟ ଭୁକ୍ତ କରୁଥିଲେ କି ସରକାରୀ ବାବୁ ? ନୋଡାଲ ଅଧିକାରୀଙ୍କ ନିଯୁକ୍ତି ପରେ ବି ଏତେ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ପାଇଲେ । କିନ୍ତୁ ନିଯୁକ୍ତି ପାଇଥିବା ନୋଡାଲ ଅଫିସର କିଭଳି ଜାଣିପାରିଲେ ନାହିଁ । ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ସରକାର ?ଏଭଳି କିଛି ପ୍ରଶ୍ନବାଣରେ ସରକାରଙ୍କୁ ଘାଇଲା କରିଛନ୍ତି ବିରୋଧୀ ।

ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, କାଳିଆ ଯୋଜନାରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ନାହାଁନ୍ତି । କେବଳ ୩୨ ହଜାର ହେଉଛନ୍ତି ଅଯୋଗ୍ୟ । ବଡ଼ ଚାଷୀ ଓ ସରକାରୀ କର୍ମଚାରୀ ଅଯୋଗ୍ୟ ବୋଲି କହିଛନ୍ତି ମୁଖପାତ୍ର । ଏମାନଙ୍କ ଭିତରେ ଟଙ୍କା ପାଇଥିବା ୧୨ ହଜାର ହେଉଛନ୍ତି ବଡ଼ ଚାଷୀ । ୨୦ ହଜାର ସରକାରୀ କର୍ମଚାରୀ । କିନ୍ତୁ ମଙ୍ଗଳବାର କୃଷିମନ୍ତ୍ରୀ ରଖିଥିଲେ ଭିନ୍ନ ତଥ୍ୟ । କାଳିଆ ଯୋଜାନରେ ରାଜ୍ୟରେ ସମୁଦାୟ ୩.୪୧ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇଥିବା କହିଛନ୍ତି ଅରୁଣ ସାହୁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ସରକାରଙ୍କୁ ଘାଇଲା କଲାଣି କାଳିଆ କୀଳା !

ଶାସକ ବିଜୁ ଜନତା ଦଳ ପାଇଁ କାଳିଆ ଯୋଜନା ଏବେ କୀଳା ସଦୃଷ ।ଏହି ଯୋଜନାରେ ୩ଲକ୍ଷ ୪୧ ହଜାର ଅଯୋଗ୍ୟ ଟଙ୍କା ହାତେଇବା ପରେ ବିରୋଧୀ ଙ୍କ ଶାଣିତ ଆକ୍ରମଣ ରେ ରାଜ୍ୟ ସରକାର ଅତର୍ଛା ହୋଇପଡିଛନ୍ତି ।
ଏହି କାଳିଆ ଯୋଯନା ର କୀଳା ରୁ ମୁକ୍ତି ପାଇଁ ବାଟ ଖୋଜୁଛନ୍ତି ରାଜ୍ୟ ସରକାର । ଆଉ ଏହାରି ଭିତରେ ରାଜ୍ୟ ସରକାରଙ୍କ ପାଇଁ ବାହାରିଛନ୍ତି ଦଳୀୟ ମୁଖପାତ୍ର ।

Body:ଗତକାଲି କୃଷି ମନ୍ତ୍ରୀ କାଳିଆ ଯୋଜନା ରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିବା ପରେ ଯୋଯନା ରେ କି ପ୍ରକାର ର ଟ୍ରାସପେରେନ୍ସି ଥିଲା ତାକୁ ଏବେ ପଦାରେ ପକାଇଛି ।

ଯେଉଁ ଯୋଜନା ବଳରେ ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେଡି ଶାଷନ କ୍ଷମତା କୁ ଫେରିଛି ।ସେହି କାଳିଆ ର ଏତେବଡ ଗୋଳମାଳିଆ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଏଠାରେ ପ୍ରଶ୍ନ ଉଠୁଛି ,ଯେଉଁ ସରକାରୀ ବାବୁ ମାନେ ଏହିଯୋଜନାର ରୂପରେଖ କରୁଥିଲେ ,ସେମାନଙ୍କ ଉପରେ
କାର୍ଯ୍ୟାନୁଷ୍ଠାନ ନେବେ କି ରାଜ୍ୟ ସରକାର ?

କାଳିଆ ପାଇଁ ପ୍ରତି ପଞ୍ଚାୟତ ରେ ଯାଞ୍ଚ କରାଯାଉ ଥିଲା,ଏହି ଯାଞ୍ଚ ପ୍ରକ୍ରିୟା ରେ ନିୟୋଜିତ ହୋଇଥିବା ସରକାରୀ କର୍ମଚାରୀ ଜାଣିଶୁଣି ଅଯୋଗ୍ୟ ମାନଙ୍କୁ ଭୋଟ ବ୍ୟାଙ୍କ ପାଇଁ ଏଭଳି କରିଛନ୍ତି କି ?

ଏବଂ ,ନୋଡାଲ ଅଫିସର ମାନେ ମଧ୍ୟ ନିଜୁକ୍ତ କରାଯାଇଥିଲା ,ଏତେ ସଂଖ୍ୟା ରେ ଅଯୋଗ୍ୟ ହିତାଧିକାରୀ କାଳିଆ ଟଙ୍କା ପାଇଲେ ,ଏହି ନୋଡାଲ ଅଫିସର ମାନେ କିଭଳି ଜଜାଣିପାରିଲେ ନାହିଁ ।

ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ସରକାର ?

ଏଭଳି କିଛି ପ୍ରଶ୍ନ ଏବେ ପଚାରିଛନ୍ତି ବିରୋଧୀ
ବାଇଟ୍ :ଦେବାଶିଷ ପଟ୍ଟନାୟକ ,କଂଗ୍ରେସ

Conclusion:ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, ୩ ଲକ୍ଷ ୪୧ ନୁହେଁ, କେବଳ ୩୨ ହଜାର ଅଯୋଗ୍ୟ ।ବଡ଼ ଚାଷୀ ଓ ସରକାରୀ କର୍ମଚାରୀ କେବଳ ଅଯୋଗ୍ୟ ବୋଲି ସେ କହିଛନ୍ତି ।ଟଙ୍କା ପାଇଥିବା ୧୨ ହଜାର ବଡ଼ ଚାଷୀ,୨୦ ହଜାର ସରକାରୀ କର୍ମଚାରୀ କେବଳ ଅଯୋଗ୍ୟ ଯେଉଁ ପରିବାରରୁ ଏକାଧିକ ପାଇଛନ୍ତି ସେମାନେ ଅଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ପ୍ରତାପ ଦେବ ।
ବାଇଟ୍ ପ୍ରତାପ ଦେବ ବିଜେଡି

ସୂଚନା ଅନୁସାରେ ଗତକାଲି ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ କାଳିଆ ଯୋଜାନରେ ୩.୪୧ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.