ETV Bharat / city

ପ୍ରକାଶ ପାଇଲା 2020 OAS ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର

author img

By

Published : Oct 7, 2022, 5:44 PM IST

Updated : Oct 7, 2022, 10:04 PM IST

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ 2020 ପରୀକ୍ଷା ଫଳ। ତେଜସ୍ବିନୀ ବେହେରା ହେଲେ OAS ଟପ୍ପର । ଅଧିକ ପଢନ୍ତୁ

Etv Bharat
ପ୍ରକାଶ ପାଇଲା 2020 OAS ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ୨୦୨୦(Odisha Civil Service) ପରୀକ୍ଷା ଫଳ। ପ୍ରଥମ ତିନି ସ୍ଥାନରେ ରହିଛନ୍ତି ଛାତ୍ରୀ । ତେଜସ୍ବିନୀ ବେହେରା ଓଏଏସ (OAS) ଟପ୍ପର ହୋଇ ଥିବା ବେଳେ ଦ୍ବିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେସ୍ନା ଦାସ ଓ ତୃତୀୟ ସ୍ଥାନରେ ଅନନ୍ୟା ଶ୍ରିଷ୍ଠି ଶତପଥୀ ରହିଛନ୍ତି । ପରୀକ୍ଷାରେ ମୋଟ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହିଛନ୍ତି। ଟପ ୧୦ ରାଙ୍କରେ ୭ ଜଣ ଝିଅ ରହିଥିବା ବେଳେ ୩ ଜଣ ପୁଅ ରହିଛନ୍ତି।

ଏହା ମଧ୍ୟ ପଢନ୍ତୁ-Dhamnagar By-Poll: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ପ୍ରସ୍ତୁତି ଜୋରଦାର

ସେହିପରି ଚତୁର୍ଥ ସ୍ଥାନରେ ଦେବବ୍ରତ କର, ପଞ୍ଚମ ସ୍ଥାନରେ ଦେବବ୍ରତ ମହାରଣା, ଷଷ୍ଠ ସ୍ଥାନରେ ଅଭିସ୍ମିତା ତିଵାରୀ, ସପ୍ତମ ସ୍ଥାନରେ ଶୁଭଶ୍ରୀ ରଥ, ଅଷ୍ଟମ ସ୍ଥାନରେ ଶ୍ରୀତପା ମିଶ୍ର, ନବମ ସ୍ଥାନରେ ବିବେକାନନ୍ଦ ଷଡ଼ଙ୍ଗୀ ଓ ଦଶମ ସ୍ଥାନରେ ତପତି ରାଜ ରହିଛନ୍ତି ।

ଅଣସରଂକ୍ଷିତ ବର୍ଗରେ ୧୯୭ ଜଣଙ୍କ ମଧ୍ୟରୁ ୭୬ଜଣ ଛାତ୍ରୀ ରହିଛନ୍ତି । ସେହିପରି ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗରେ ୪୩ଜଣ ମଧ୍ୟରୁ ୧୪ଜଣ ଛାତ୍ରୀ ରହିଥିବା ବେଳେ ଅନୁସୂଚିତ ଜନଜାତି ବର୍ଗରେ ୮୯ଜଣଙ୍କ ମଧ୍ୟରୁ ୩୭ଜଣ ଛାତ୍ରୀ ରହିଛନ୍ତି । ଅନୁସୂଚିତ ଜାତି ବର୍ଗରେ ୬୩ଜଣଙ୍କ ମଧ୍ୟରୁ ୨୧ଛାତ୍ରୀ ରହିଛନ୍ତି । ଶାରିରୀକ ଅକ୍ଷମ ବର୍ଗରେ ୧୪ଜଣ ବେସମାରିକ ବର୍ଗରେ ଜଣେ ଓ କ୍ରୀଡାବିତ ବର୍ଗରେ ୩ଜଣ ଉତୀର୍ଣ୍ଣ ହୋଇଛନ୍ତି।

୨୦୨୦ରେ ମୋଟ ୭୧ହଜାର ୪୮୩ଜଣ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ୨୬ହଜାର‌ ୨୭୬ ଜଣ ମହିଳା ପରୀକ୍ଷାର୍ଥୀ ଥିଲେ । ସେମାନଙ୍କ ମଧ୍ୟରୁ ୩୬୨୯୨ଜଣ ପରୀକ୍ଷା ଦେଇଥିଲେ। ମୋଟ ୪୭୫୪ ଜଣ ପ୍ରିଲିମ୍‌ କ୍ଲିୟର କରିଥିଲେ । ଏହାପେର ମେନ୍‌ ପରୀକ୍ଷାରେ ୩୮୪୮ଜଣ କୃତକାର୍ଯ୍ୟ ହୋଇଥିଲା, ଯେଉଁଥିରେ ୧୩୧୨ ଜଣ ମହିଳା ରହିଥିଲେ । ପରେ ସେମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଓ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ୭୮୫ ପରୀକ୍ଷାର୍ଥୀଙ୍କୁ ଓପିଏସସି କାର୍ଯ୍ୟାଳୟ ଡକାଯାଇଥିଲା, ଯେଉଁଥିରେ ୨୮୭ଜଣ ମହିଳା ରହିଥିଲେ । ତେବେ ୨୦୨୦ ଡିସେମ୍ବର ୩୧ତାରିଖରେ ମୋଟ ୩୯୨ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରେ ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରାଯାଇଥିଲା ।

ତେଜସ୍ବିନୀଙ୍କ ସଫଳତାକୁ ନେଇ ତାଙ୍କ ପରିବାର ଲୋକେ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି, ଏନେଇ ତେଜସ୍ବିନୀଙ୍କ ମାଆ କହିଛନ୍ତି ଯେ, ''ମୋ ଝିଅ ବହୁତ ପାଠ ପଢେ, ତାର ପରିଶ୍ରମର ଫଳ ସେ ପାଇଛି, ତାର ଏହି ସଫଳତାରେ ମୁଁ ବହୁତ ଖୁସି ।''

ଟପ୍ପର ହେବା ପରେ ତେଜସ୍ବିନୀ କହିଛନ୍ତି ଯେ, ଯେଉଁ ମାନେ OAS ପାଇଁ ପଢୁଛନ୍ତି ସେମାନେ ସ୍ପେଶିଆଲ ଷ୍ଟ୍ରାଟେଜି ସହ ପଢନ୍ତୁ, ପୂର୍ବ ବର୍ଷର ପ୍ରଶ୍ନପତ୍ର ଦେଖି ଅଭ୍ୟାସ କରନ୍ତୁ, ନିଜ ଉପରେ ବିଶ୍ବାସ ରଖନ୍ତୁ, ଓ ସମୟର ସଦୁପଯୋଗ କରନ୍ତୁ। କହିଛନ୍ତି, "ମୋତେ ଯେଉଁ ଡିପାର୍ଟମେଣ୍ଟରେ କାମ ମିଳିବ ସେଥିରେ ମୁଁ କାମ କରିବି, କିନ୍ତୁ ମୋତେ ନାରୀ ଶସକ୍ତି କରଣ, ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗରେ ମୋତେ କାମ କରିବାକୁ ଇଚ୍ଛା ଅଛି ।"

Last Updated : Oct 7, 2022, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.