ETV Bharat / city

ଏକାଠି ହେଲେ ବିରୋଧୀ, ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଛାଡ଼ିବାକୁ ଉଠାଇଲେ ସ୍ବର

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟଗୋଳ । ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଛାଡ଼ିବାକୁ ବିଜେପି ଓ କଂଗ୍ରେସର ଦାବୀ । ଅଧିକ ପଢନ୍ତୁ

author img

By

Published : Jul 22, 2022, 4:00 PM IST

ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଛାଡ଼ିବାକୁ ଉଠାଇଲେ ସ୍ବର

ଭୁବନେଶ୍ବର: ସବୁକିଛି ଠିକ୍ ଠାକ୍ ଚାଲିଛି । ସାମ୍ବାଦିକଙ୍କୁ ପାର୍ଲିଆମେଣ୍ଟ ଭିତରକୁ ଛଡାଯାଉଛି । ବିଧାୟକ, ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭ କରି ସାମ୍ବାଦିକମାନେ ସମସ୍ତେ ଟୀକା ନେଇଛନ୍ତି । ଅନେକ ବୁଷ୍ଟର ଡୋଜ ମଧ୍ୟ ନେଇ ସାରିଲେଣି । ହେଲେ ସାମ୍ବାଦିକଙ୍କୁ ନାଁ ସଚିବାଳୟ ଛଡା ଯାଉଛି ନା ବିଧାନସଭାର ପ୍ରେସ ଗ୍ୟାଲେରୀକୁ ଛଡାଯାଉଛି । ଏମିତିକି ବିଧାନସଭାରେ ମଧ୍ୟ ଠିକ ଢଙ୍ଗରେ ଖବର ସଂଗ୍ରହ କରିବା ଲାଗି ସେମାନଙ୍କୁ ସୁଯୋଗ ମିଳୁନାହିଁ । ରାଜ୍ୟରେ ସାମ୍ବାଦିକଙ୍କ କଣ୍ଠରୋଧ କରୁଛନ୍ତି ସରକାର । ରାଜ୍ୟ ସରକାର ସାମ୍ବାଦିକଙ୍କ ପ୍ରତି ଅଣଦେଖା କରୁଛନ୍ତି । ଏଭଳି ଅଭିଯୋଗ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀ ଛାଡ଼ିବାକୁ ବିଜେପି ଓ କଂଗ୍ରେସ ଦାବୀ କରି ହୋହାଲ୍ଲା କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ତଳେ ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି । ସ୍ଥିତି ଏମିତି ହୋଇଥିଲା ଯେ, ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ। ଗୃହର ସୁପରିଚାଳନା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶେଷରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଆଜି ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ବିଧାନସଭାରେ ସାମ୍ବାଦିକଙ୍କୁ ଉଚିତ ସମ୍ମାନ ମିଳୁନାହିଁ । ସାମ୍ବାଦିକଙ୍କ କଣ୍ଠରୋଧ କରୁଛନ୍ତି । ରାଜ୍ୟ ସରକାର ସାମ୍ବାଦିକଙ୍କ ପ୍ରତି ଅଣଦେଖା କରାଯାଉଛି । ଏମିତିକି ବିଧାନସଭାରେ ମଧ୍ୟ ଠିକ ଢଙ୍ଗରେ ଖବର ସଂଗ୍ରହ କରିବା ଲାଗି ସେମାନଙ୍କୁ ସୁଯୋଗ ମିଳୁନାହିଁ । ଏମିତି କିଛି ଅଭିଯୋଗ କରି ଗୃହ ମଧ୍ୟକୁ ପ୍ରବେଶ କରିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି । ତାଙ୍କ ପଛେ ପଛେ କଂଗ୍ରେସର ଅନ୍ୟ ବିଧାୟକମାନେ ପୋଡିୟମ ନିକଟକୁ ଆସିଥିଲେ । ସାମ୍ବାଦିକଙ୍କୁ ଅବହେଳା ପ୍ରସଙ୍ଗରେ କଂଗ୍ରେସକୁ ସମର୍ଥନ କରିଛି ବିଜେପି । ବିଜେପି ବିଧାୟକମାନେ ମଧ୍ୟ ସମାନ ଅଭିଯୋଗ କରିବା ସହ ପୋଡ଼ିୟମ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ । ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଛାଡ଼ିବାକୁ ଦାବୀକରି ଗୃହରେ ଏକାଠି ହୋଇଛନ୍ତି ବିରୋଧୀ । ବିରୋଧୀ ବିଧାୟକଙ୍କ ପ୍ରତିବାଦ ସାଙ୍ଗକୁ ପୋଡିୟମ ମଧ୍ୟ ଭାଗରେ ନାରାବାଜି ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବାଧ୍ୟହୋଇ ଗୃହକୁ 11.30 ଯାଏଁ ମୁଲତବୀ କରିଥିଲେ ।

ଗୃହରେ ସାମ୍ବାଦିକଙ୍କୁ ଅବହେଳା ତାତି ଯୋଗୁଁ ଆଜି ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ଗୃହରେ ଆଜି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଥିଲା । ଶିଳ୍ପ, ଭିନ୍ନକ୍ଷମ ଏବଂ ସଶକ୍ତିକରଣ ବିଭାଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା । ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଉତ୍ତର ଦେବା ଆରମ୍ଭ କରିଥିଲେ । ଠିକ ଏହି ସମୟରେ ନାରାବାଜି ଆରମ୍ଭ ହୋଇଯିବାରୁ ଗୃହ କାର୍ଯ୍ୟ ଆଗକୁ ବଢି ପାରିନଥିଲା । ତେଣୁ ଗୃହ କାର୍ଯ୍ୟ ମୁଲତବୀ କରି ସର୍ବ ଦଳୀୟ ବୈଠକ ଡାକିଥିଲେ ବିକ୍ରମ କେଶରୀ ଆରୁଖ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.