ETV Bharat / city

ମଣ୍ଡି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

author img

By

Published : Feb 22, 2021, 4:44 PM IST

ମଣ୍ଡି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । ବିଧାନସଭାରେ ଆଜି ମଣ୍ଡି ପ୍ରସଙ୍ଗରେ ଜୋରଦାର ଆଲୋଚନା କରାଯାଇଛି । ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ଉତ୍ତର ରଖିବାବେଳେ ଏହାକୁ ବିରୋଧ କରି ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ...

Oppositions boycott assembly  for mandi issue
ମଣ୍ଡି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ବର: ମଣ୍ଡି ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । ବିଧାନସଭାରେ ଆଜି ମଣ୍ଡି ପ୍ରସଙ୍ଗରେ ଜୋରଦାର ଆଲୋଚନା କରାଯାଇଛି । ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ଉତ୍ତର ରଖିବାବେଳେ ଏହାକୁ ବିରୋଧ କରି ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିଛନ୍ତି । ଚାଷୀଙ୍କ ସମସ୍ତ ଧାନ କିଣିବାକୁ ଦାବି କରି ବିଧାନସବାରେ ହୋହଲ୍ଲା କରିଛନ୍ତି ବିରୋଧୀ । ଧାନ କିଣିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଆଜି ଗୃହ ଆରମ୍ଭରୁ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ମଣ୍ଡି ସମସ୍ୟା ନେଇ ଆକ୍ରମଣ କିରଛନ୍ତି । ମଣ୍ଡି ପ୍ରସଙ୍ଗକୁ ନେଇ ଖାଦ୍ୟା ଯୋଗାଣ ଓ କାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ଉତ୍ତର ରଖିଥିଲେ । ଏଥିରେ ଆମେ ସନ୍ତୁଷ୍ଟ ନୁହେଁ ବୋଲି ଉଭୟ କଂଗ୍ରେସ ଓ ବିଜେପି କହିଛନ୍ତି । ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ମନ୍ତ୍ରୀ ଚାଷୀଙ୍କୁ କେବଳ ଠକିବା ଛଡା ଆଉ କିଛି ନାହିଁ ବୋଲି କହିଛନ୍ତି । ମଣ୍ଡିରେ ସମସ୍ତଙ୍କ ଭାଗ ଫିକ୍ସ ହୋଇଯାଇଛି । ଚାଷୀର କିଛି ଦୋଷନାହିଁ । ଟୋକନ ସମସ୍ୟା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି ବୋଲି କହିଛନ୍ତି । ସରକାରଙ୍କ ସମସ୍ତ ପ୍ରଶାସନିକ କଳଠୁ ଆରମ୍ଭ କରି ସମବାୟ ସଂସ୍ଥା ମଧ୍ୟ ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଚାଷୀଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ସରକାରଙ୍କ କୌଣିସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉନାହିଁନ୍ତି ବୋଲି କହିଛନ୍ତି ।

ସେପଟେ କଂଗ୍ରେସ ମଣ୍ଡି ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ଯୋଗାଣ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଆମେ ଖୁସି ନୁହଁ ବୋଲି କହିଛନ୍ତି ଏବଂ ମଣ୍ଡିରେ ଥିବା ଚାଷୀଙ୍କ ସମସ୍ତ ଧାନକୁ କ୍ରୟ କରିବା ପାଇଁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.