ETV Bharat / city

‘ଚଳିତ ବର୍ଷର ବଜେଟ ନୈରାଶ୍ୟଜନକ ଓ ଲୋକ ବିରୋଧୀ’ - କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ଳିତବର୍ଷର ବଜେଟ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ..

‘ଚଳିତବର୍ଷର ବଜେଟ୍ ନୈରାସ ଜନକ, ଦୁର୍ଭାଗ୍ୟ ଜନକ ଓ ଲୋକ ବିରୋଧୀ’

author img

By

Published : Feb 19, 2020, 7:47 AM IST

ଭୁବନେଶ୍ବର: ଚଳିତବର୍ଷର ବଜେଟ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସେ କହିଛନ୍ତି ଚଳିତବର୍ଷର ବଜେଟ୍ ନୈରାଶ୍ୟଜନକ, ଦୁର୍ଭାଗ୍ୟ ଜନକ ଏବଂ ଲୋକ ବିରୋଧୀ ।

‘ଚଳିତବର୍ଷର ବଜେଟ୍ ନୈରାସ ଜନକ, ଦୁର୍ଭାଗ୍ୟ ଜନକ ଓ ଲୋକ ବିରୋଧୀ’

ଗୁଣାତ୍ମକ ଶିକ୍ଷକକୁ ପ୍ରାଥମିକତା ଦିଆଯାଇନାହିଁ । ଦିଲ୍ଲୀ ଭଳି ଶିକ୍ଷା କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରାଯାଉନାହିଁ। ଗତବର୍ଷ ଶିକ୍ଷା କ୍ଷେତ୍ରରେ 3.50 ଖର୍ଚ୍ଚ ହୋଇଥିବାବେଳେ ଚଳିତବର୍ଷ ଏହା 3.38 ରହିଛି ।

ସେହିଭଳି କୃଷିକ୍ଷେତରେ 3.33 ବ୍ୟୟ ବରାଦ କରାଯାଇଥିବାବେଳେ ଚଳିତବର୍ଷ 3.25 ପ୍ରତିଶତ ବ୍ୟୟବରାଦ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ସରକାର କାହାକୁ ଗୁରୁତ୍ବ ଦେଉଛନ୍ତି। ବାହ୍ୟ ଚାକଚକ୍ୟ ପାଇଁ ବଜେଟ ବୃଦ୍ଧି କରାଯାଇଛି । ଅର୍ଥକୁ ଆତ୍ମସାତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

ସେହିପରି ଚଳିତବର୍ଷର ବଜେଟ ନେଇ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ନୂଆ ବୋତଲ ପୁରୁଣା ମଦ। ଚଳିତବର୍ଷର ବଜେଟରେ ବେକାରୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ସେହିପରି ଭିତ୍ତିଭୂମିର ବିକାଶ ପାଇଁ କିଛି ହୋଇନଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ସେ କହିଛନ୍ତି ଏଥର ବଜେଟ୍ ଶୂନ୍ୟ ବଜେଟ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.