ETV Bharat / city

କାଳିଆ ଟଙ୍କା ଫେରାଇବା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ

ଅଯୋଗ୍ୟ କାଳିଆ ହିତାଧିକାରୀଙ୍କ ଠାରୁ ସରକାର ଟଙ୍କା ଫେରାଇବାକୁ ସରକାରଙ୍କ ଉଦ୍ୟମକୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଟଙ୍କା ବାଣ୍ଟିଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦେବାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଥିବା ବେଳେ ନିର୍ବାଚନ ପାଇଁ ସରକାର କାଳିଆ ଯୋଜନା ଘୋଷଣା କରିଥିବା ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ...

author img

By

Published : Jul 24, 2020, 6:34 PM IST

କାଳିଆ ଟଙ୍କା ଫେରାଇବା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ
କାଳିଆ ଟଙ୍କା ଫେରାଇବା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: ଅଯୋଗ୍ୟ କାଳିଆ ହିତାଧିକାରୀଙ୍କ ଠାରୁ ସରକାର ଟଙ୍କା ଫେରାଇବାକୁ ସରକାରଙ୍କ ଉଦ୍ୟମକୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଟଙ୍କା ବାଣ୍ଟିଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦେବାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଥିବା ବେଳେ ନିର୍ବାଚନ ପାଇଁ ସରକାର କାଳିଆ ଯୋଜନା ଘୋଷଣା କରିଥିବା ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରକାଶ କରିଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ‘ନିର୍ବାଚନ ପାଇଁ ସରକାର ଯୋଗ୍ୟ ଅଯୋଗ୍ୟ ନଦେଖି ବ୍ୟଗ୍ର ହୋଇ ଟଙ୍କା ବାଣ୍ଟିଦେଲେ।’ ଚାଷୀଙ୍କ ଠାରୁ ଟଙ୍କା ଫେରସ୍ତ ବଦଳରେ ଯେଉଁ ଅଫିସର ମାନେ ଏଥିରେ ସମ୍ପୃକ୍ତି ଅଛନ୍ତି, ସେମାନଙ୍କ ଠାରୁ ଫେରସ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ବିଧାୟକ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ‘ଦୁର୍ଭାଗ୍ୟର ବିଷୟ କାଳିଆ ନାଁରେ ବିଜେଡି ସରକାର ନିର୍ବାଚନ ବୈତରଣୀ ପାର ହୋଇଗଲା । ଭୋଟ ମଧ୍ୟ ହାତେଇଲା। ଆଉ ଏବେ ପ୍ରକୃତ ଚାଷୀଙ୍କୁ ସରକାର ଧମକାଉଛନ୍ତି । ଟଙ୍କା ପାଇ ନ ଥିବା ଚାଷୀଙ୍କ ପାଖକୁ ବି ଯାଇଛି ଟଙ୍କା ଫେରାଇବା କୁ ନୋଟିସ ।’ ଅଯୋଗ୍ୟଙ୍କୁ ଟଙ୍କା ଦେଇ ସମସ୍ୟା ସୃଷ୍ଟିକାରୀ ଅଧିକାରୀଙ୍କ ପାଖରୁ ଟଙ୍କା ଆଦାୟ ପାଇଁ ପ୍ରଦୀପ ଦାବି କରିଛନ୍ତି ।

ସୂଚନା ଅନୁସାରେ, କାଳିଆ ଟଙ୍କା ଫେରେଇବା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କୁ ନୋଟିସ ପଠାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ରେ ୫୧ ଲକ୍ଷ କାଳିଆ ହିତାଧିକାରୀଙ୍କ ମଧ୍ୟରୁ 1ଲକ୍ଷ 6ହଜାର 6ଶହ 31 ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଟଙ୍କା ଫେରେଇଥିବା ବେଳେ, ଅନେକ ଫେରେଇନାହାନ୍ତି । ତେଣୁ ସରକାର ସେମାନଙ୍କୁ ପୁନର୍ବାର ନୋଟିସ ଜାରି କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.