ETV Bharat / city

ଗୃହରେ ବାଚସ୍ପତିଙ୍କ ଆଚରଣରେ କ୍ଷୁବ୍ଧ ବିରୋଧୀ ଦଳ

author img

By

Published : Nov 18, 2019, 11:20 PM IST

ବିଧାନସଭା ଶୀତ ଅଧିବେଶନରେ ବାଚସ୍ପତିଙ୍କ ଆଚରଣକୁ ନେଇ ବିରୋଧୀ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ସରକାର ଦୋଷୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚଳିତ ବିଧାନସଭା ଶୀତ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବିରୋଧୀ ଦଳ । ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ଅସ୍ତ୍ର କରି ବିଧାନସଭା ପରିସରରେ ବିରୋଧୀ କଳା କପଡା ବାନ୍ଧି ପ୍ରତିବାଦ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । କିନ୍ତୁ ଧୀରେଧୀରେ ଏହି ପ୍ରସଙ୍ଗ ଘନାଉଥିବାବେଳେ ଏଯାବତ୍ ବିରୋଧୀଙ୍କୁ କୌଣସି ସଫଳତା ମିଳିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୋମବାର ବାଚସ୍ପତିଙ୍କୁ ଆଚରଣ କ୍ଷୁବ୍ଧ ହୋଇ ବିରୋଧ ଦଳ ନେତା ପ୍ରଦୀପ୍ତ ନାୟକ ଉଦବେଗ ପ୍ରକାଶ କରିଛନ୍ତି । ବାଚସ୍ପତିଙ୍କ ଅଣଦେଖା ତାଙ୍କୁ ଦୁଃଖ ଦେଇଛି । ସେ ପ୍ରଶ୍ନ କରିଛନ୍ତି ଯେ, ଅଧିବେଶନ ପୂର୍ବରୁ ସ୍ମିତାରାଣୀ ପ୍ରସଙ୍ଗ ଉଠାଇବା ନେଇ ଜଣାଇବା କଣ ଭୂଲ ଥିଲା । ରାଜ୍ୟ ସରକାର ଜାଣିଶୁଣି ଘଟଣାକୁ ଚାପି ଦେଇ ଏସପିଙ୍କ ଚରିତ୍ର ସଂହାର କରୁଛନ୍ତି । କେବଳ ସେତିକି ନୁହେଁ ସ୍ମିତାରାଣୀଙ୍କ କୁନି ଝିଅକୁ ମହିଳା କମିଶନ ଅଧ୍ୟକ୍ଷ କିଛି ସମବେଦନା ନ ଜଣାଇ ରୂପେଶ ଭଦ୍ରକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି ।

ସେହିପରି 302 ବଦଳରେ 306 ଦଫାରେ ଗିରଫ କରି ଶୀଘ୍ର ଜାମିନ ପାଇଁ ବାଟ ଖୋଲିଛନ୍ତି । ତେବେ ଉକ୍ତ ମାମଲାକୁ ନେଇ ଆଗାମୀ ଦିନରେ ଗୃହରେ ହଟ୍ଟଗୋଳ ହେବ ବୋଲି ସେ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି । ସେପଟେ ମଙ୍ଗଳବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ ଉଦବେଗ ପ୍ରକାଶ କଲେ। ସେ କହିଲେ ଯେ ଆମକୁ ବାଚସ୍ପତି ଅନେଇଲେ ନାହିଁ। ତାହା ଦୁଃଖ ଦେଲା। ଆମେ ପୂର୍ବରୁ ସ୍ମିତାରାଣୀ ପ୍ରସଙ୍ଗ ଉଠେଇବୁ ଜଣେଇବା କଣ ଭୁଲ ଥିଲା? ହୁଏତ ଆପଣ ଜାଣିଶୁଣି ଏହି ପ୍ରସଙ୍ଗ ଚାପି ଦେଉଛନ୍ତି। SP ଚରିତ୍ର ସଂହାର କଲେ। ହେଲେ ତାଙ୍କ ବିରୋଧରେ କିଛି କାର୍ଯ୍ୟନୁଷ୍ଠାନ ନେଲେନି। ସ୍ମିତାରଣୀଙ୍କ କୁନି ଝିଅକୁ ମହିଳା କମିଶନ ଅଧ୍ୟକ୍ଷ କିଛି ସମବେଦନା ନ ଜଣେଇ ରୂପେଶ ଭଦ୍ର ପାଖକୁ ଯାଇ ବଞ୍ଚାଇବାକୁ ଚେଷ୍ଟା କଲେ। 302 ବଦଳରେ 306 ଦଫାରେ ଗିରଫ କରି ଶୀଘ୍ର ଜାମିନ ପାଇଁ ବାଟ କଲେ।
ଗୃହରେ ଆଗକୁ ମଧ୍ୟ ହଟ୍ଟଗୋଳ ହେବ ବୋଲି ସେ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି। ଶେଷରେ ଆସନ୍ତାକାଲି ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତିBody:କConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.