ETV Bharat / city

ହାଜତ ମୃତ୍ୟୁ ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀ-ଏସପିଙ୍କ ଇସ୍ତଫା ଦାବି କଲେ ବିରୋଧୀ, ମନ୍ତ୍ରୀ କହିଲେ ଚାଲିଛି ତଦନ୍ତ - ହାଜତ ମୃତ୍ୟୁ ପ୍ରସଙ୍ଗ

ରାଜ୍ଯରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରସଙ୍ଗ ଏବଂ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

ହାଜତ ମୃତ୍ୟୁ ପ୍ରସଙ୍ଗ
ହାଜତ ମୃତ୍ୟୁ ପ୍ରସଙ୍ଗ
author img

By

Published : Nov 24, 2020, 1:08 PM IST

Updated : Nov 24, 2020, 3:01 PM IST

ଭୁବନେଶ୍ବର: ଗୃହରେ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ । କଳାହାଣ୍ଡିରେ ସରପଞ୍ଚ ନିଜ କ୍ଷମତାର ଦୂରପଯୋଗ କରି ଘର ପାଇଁ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ । ଏପଟେ ପିପିଲିରେ 5 ଜଣଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି । ଏହାସହ ପୁରୀର ପୂର୍ବତନ ଏସପି ଅଖିଳେଶ୍ୱର ସିଂହଙ୍କ ନାମରେ ଆଣିଲେ ସାଂଘାତିକ ଅଭିଯୋଗ ।

ସମ୍ବଲପୁର ଏସପି ଥିବାବେଳେ ଅଖିଳେଶ୍ବର ବଟି ଆଦାୟ କରୁଥିବା ଅଭିଯୋଗ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଏହାସହ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ସନ୍ତୋଷ ସିଂ ସାଲୁଜା ଓ ପୁରୀ ହାଜତ ମୃତ୍ୟୁ ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ 302 ଦଫା ଲଗାଯାଉ ବୋଲି ଦାବି କରାଯାଇଛି ।

ହାଜତ ମୃତ୍ୟୁ ମାମଲାକୁ ନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି, ରାଜ୍ୟରେ ହୋଇଥିବା ହାଜତ ମୃତ୍ୟୁ ଘଟଣାର ଚାଲିଛି ବିଚାର ବିଭାଗୀୟ ତଦନ୍ତ । ଏନଏଚଆରସିର ନିର୍ଦ୍ଦେଶ ଅନୁଯାୟୀ ଚାଲିଛି ତଦନ୍ତ । ଏହି ଘଟଣାରେ Jmfc ସିଦ୍ଧାନ୍ତ ମିଶ୍ର ତଦନ୍ତ କରୁଛନ୍ତି । ଏସଡ଼ିଜେଏମ୍ ପାନପୋଷ ଆର.କେ ପ୍ରଧାନଙ୍କୁ ବିରମିତ୍ରପୁର ଘଟଣାର ତଦନ୍ତ କରୁଛନ୍ତି ।

ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣଦୁଷ୍କର୍ମର ଅଭିଯୋଗ ଆସୁଛି । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିଫଳ ଓ ଓଡିଶା ଅଶାନ୍ତ ବୋଲି ବିଜେପି ବିଧାୟକ ଜୟନାରାୟଣ କହିଥିଲେ । ଏହାସହ ସମ୍ବଲପୁରର ପୂର୍ବତନ ଏସ ପି ଅଖିଳେଶ୍ୱର ସିଂକୁ କଡା ସମାଲୋଚନା କରିଥିଲେ ବିଧାୟକ ଜୟନାରାୟଣ । ସେପଟେ ତାରାପ୍ରସାଦ ବାହୀନପତି ମଧ୍ୟ ତତ୍କାଳୀନ ଏସପି ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 24, 2020, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.