ETV Bharat / city

‘ଭାରତ ବନ୍ଦ’କୁ ସମର୍ଥନ ପାଇଁ ବିଜେଡିକୁ ମିଳିତ ରାଜନୈତିକ ଦଳର ଆହ୍ବାନ

ଯଦି ଶାସକ ଦଳ ପ୍ରକୃତରେ ରାଜ୍ୟର ଜନସାଧାରଣଙ୍କ ହିତ ଚାହୁଁଥାଏ ତେବେ କେନ୍ଦ୍ରର କୃଷି ବିରୋଧୀ ଆଇନ ବିରୁଦ୍ଧରେ ଆସନ୍ତାକାଲିର ଭାରତ ବନ୍ଦ କୁ ସମର୍ଥନ ଜଣାଉ ବିଜେଡି । ଏ ନେଇ ଆହ୍ବାନ ଦେଇଛି ମିଳିତ ରାଜନୈତିକ ଦଳ । ଅଧିକ ପଢନ୍ତୁ..

‘ଭାରତ ବନ୍ଦ’କୁ ସମର୍ଥନ ପାଇଁ ବିଜେଡିକୁ ମିଳିତ ରାଜନୈତିକ ଦଳର ଆହ୍ବାନ
‘ଭାରତ ବନ୍ଦ’କୁ ସମର୍ଥନ ପାଇଁ ବିଜେଡିକୁ ମିଳିତ ରାଜନୈତିକ ଦଳର ଆହ୍ବାନ
author img

By

Published : Dec 7, 2020, 7:55 PM IST

Updated : Dec 7, 2020, 8:20 PM IST

ଭୁବନେଶ୍ବର: ଦେଶରେ ବିଭିନ୍ନ କୃଷକ ସଙ୍ଗଠନଙ୍କ ପକ୍ଷରୁ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି। ଏହାକୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆ ଯାଇଛି।

‘ଭାରତ ବନ୍ଦ’କୁ ସମର୍ଥନ ପାଇଁ ବିଜେଡିକୁ ମିଳିତ ରାଜନୈତିକ ଦଳର ଆହ୍ବାନ
ସାରା ଦେଶରେ 18 ଟି ରାଜନୈତିକ ଦଳ ଏହି ବନ୍ଦ କୁ ସମର୍ଥନ ଜଣାଇଛନ୍ତି। ସେହିଭଳି ରାଜ୍ୟରେ ବିଜେପି ଓ ବିଜେଡି ବ୍ୟତୀତ ଅନ୍ୟ 8 ଟି ଦଳ ଏହାକୁ ସମର୍ଥନ ଜଣାଇବା ସହ ଆସନ୍ତାକାଲିର ଏହି ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି।

ଏ ନେଇ ସୋମବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ହୋଇଛି । ଏଥିରେ ସାମିଲ ଦଳ ଗୁଡିକ ବିଜେଡିକୁ ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟରେ ଶାସନ କରୁଥିବା ବିଜେଡି ସର୍ବଦା ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା କହୁଥିବା ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଦୋମୁହା ନୀତି ଆପଣାଇଛି । ଏଥିସହିତ ବିଜେଡି ଯଦି ପ୍ରକୃତରେ ରାଜ୍ୟର ଜନସାଧାରଣଙ୍କ ହିତ ଚାହୁଁଥାଏ ତେବେ କେନ୍ଦ୍ରର ଏହି ଆଇନ ବିରୁଦ୍ଧରେ ଆସନ୍ତାକାଲି ର ଏହି ବନ୍ଦ କୁ ସମର୍ଥନ ଜାଣାଇବାକୁ ଆହ୍ୱାନ ଦିଆଯାଇଛି।

ଆସନ୍ତାକାଲି ସକାଳ 6 ଠାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏହି ବନ୍ଦ ଜାରି ରହିବ। ଏଥିରେ ସମସ୍ତ ଅତ୍ୟାବଶ୍ୟକ ସେବା ଯଥା ସ୍ୱାସ୍ଥ,ବିଜୁଳି,ପାନୀୟ ଯୋଗାଣ,ପିଲାମାନଙ୍କ ପରୀକ୍ଷା ଓ ଆମ୍ବୁଲାନ୍ସ କୁ ବାଦ ଦେଇ ଅନ୍ୟ ସବୁ ବନ୍ଦ ରହିବ। ତେଣୁ ଏହାକୁ ଜନସାଧାରଣ ସମର୍ଥନ କରିବା ସହ ଦେଶର ଅନ୍ନଦାତାଙ୍କୁ ତାଙ୍କ ନାର୍ଯ୍ୟ ଦାବି ହାସଲ ପାଇଁ ସହଯୋଗ କରିବାକୁ କୁହାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 7, 2020, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.