ETV Bharat / city

ବିରୋଧୀଙ୍କ ଦାବି ଲୋକାଭିମୁଖୀ ବଜେଟ - ଓଡିଶା ବଜେଟ 2021

ରାତି ପାହିଲେ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ । ତେବେ କଣ ରହିବ ଏହି ବଜେଟର ରୂପରେଖ, କେଉଁ ବର୍ଗକୁ ପ୍ରାଧାନ୍ୟ ଦେବେ ସରକାର ଆସନ୍ତୁ ଦେଖିବା ବଜେଟ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ମାନଙ୍କର ବିଶ୍ଳେଷଣ। ଅଧିକ ପଢନ୍ତୁ...

ବିରୋଧୀଙ୍କ ଦାବି ଲୋକାଭିମୁଖୀ ବଜେଟ
ବିରୋଧୀଙ୍କ ଦାବି ଲୋକାଭିମୁଖୀ ବଜେଟ
author img

By

Published : Feb 21, 2021, 8:16 PM IST

ଭୁବନେଶ୍ୱର: ରାତି ପାହିଲେ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ । ମହାମାରୀ କୋରୋନା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଜେଟ ଉପସ୍ଥାପନ ହେବ । କେଉଁ ବର୍ଗକୁ ପ୍ରାଧାନ୍ୟ ଦେବେ ସରକାର, ସ୍ୱାସ୍ଥ୍ୟ ପାଇଁ କଣ ରହିବ ବଜେଟରେ ବ୍ୟବସ୍ଥା, ତୈଳ ଦର ବୃଦ୍ଧି ଉପରେ ରୋକ ଲଗେଇବା ପାଇଁ ଟିକସ ହ୍ରାସ ହେବ କି ? ନୂଆ ଯୋଜନା ଆଣିବେ କି ସରକାର ? ଏଭଳି ଅନେକ ଆଶା ରଖିଛନ୍ତି ସାଧାରଣ ଲୋକେ ।

ବିରୋଧୀଙ୍କ ଦାବି ଲୋକାଭିମୁଖୀ ବଜେଟ
କୋରୋନା ମହାମାରୀ ପାଇଁ 2019-20 ଆର୍ଥିକ ବର୍ଷରେ ଦୋହଲି ଯାଇଥିଲା ଅର୍ଥନୀତି । ଫଳରେ ଅଭିବୃଦ୍ଧି ହାର ବ୍ୟାହତ ହୋଇଛି । ଏହା ସତ୍ତ୍ୱେ ମୁଖ୍ୟ ବିଷୟ ପ୍ରତି ଗୁରୁତ୍ୱ ଦେଇ ସୋମବାର ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର ।

ଚଳିତବର୍ଷ ଚିରାଚରିତ ବଜେଟ ଆସିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି, ସରକାରଙ୍କ ଆଭିମୁଖ୍ୟ ଲୋକାଭିମୁଖୀ ହେବା ଉଚିତ । ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ, ପାନୀୟଜଳ ଉପରେ ଗୁରୁତ୍ୱ ଦେବା ଦରକାର। ଯୁବ ପିଢ଼ିଙ୍କି ପାଇଁ କର୍ମ ସଂସ୍ଥାନ ଆବଶ୍ୟକ ରହିଛି । ଆସନ୍ତା କାଲି ଜଣାପଡିବ କେତେ ବଜେଟ ସରକାର ଉପସ୍ଥାପନ କରିବେ।

ଅନ୍ୟପକ୍ଷେ ବଜେଟର କଳେବର ମଧ୍ୟ ବୃଦ୍ଧି ପାଇବ । ବଜେଟ ଲୋକାଭିମୁଖୀ ହେବା ସହ ନୂଆ ଯୋଜନା ପ୍ରତିଫଳିତ ହେବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଶଶୀ ଭୂଷଣ ବେହେରା କହିଛନ୍ତି । ସେପଟେ ବଜେଟକୁ ନେଇ ବିରୋଧୀ ଅନେକ ଆଶା ରଖିଛନ୍ତି । ପୂର୍ବରୁ କଂଗ୍ରେସ ସମୟରେ କେନ୍ଦ୍ର ଦେଉଥିଲା ୯୦ ଭାଗ ଓ ରାଜ୍ୟର ଅଂଶ ୧୦ ଭାଗ ଥିଲା । ବର୍ତ୍ତମାନ ବିଜେପି ସରକାର ୬୦ ଭାଗ ଅନୁଦାନ ଦେଉଥିବା ବେଳେ ରାଜ୍ୟ ଦେଉଛି ୪୦ ଭାଗ ।

ଶଶୀ ଭୂଷଣ କହିଛନ୍ତି, କଂଗ୍ରେସ ବହୁ ଯୋଜନା କରିଥିଲା, ଯାହା ଏବେର ସରକାର ବନ୍ଦ କରିଦେଇଛନ୍ତି । ରାଜ୍ୟବାସୀଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଭୁଆଁ ବୁଲାଉଛନ୍ତି ।ଚଳିତବର୍ଷ ବଜେଟରେ କିଛି ନୂତନତ୍ଵ ନଥିବା ଭଳି ମନେ ହେଉଛି । ମାତ୍ରାଧିକ ଋଣ କରି ରାଜ୍ୟ ସରକାର ଇତିହାସ ସୃଷ୍ଟି କରିଥିବା କହିଛନ୍ତି ଶଶୀ ଭୂଷଣ ।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.