ETV Bharat / city

ଅର୍ଚ୍ଚନା ସ୍କାଣ୍ଡାଲ ଘଟଣା ଚାପିଥିବା ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲେ ବିରୋଧୀ

author img

By

Published : Oct 16, 2022, 4:12 PM IST

Updated : Oct 16, 2022, 6:53 PM IST

ଅର୍ଚ୍ଚନା ନାଗ ହନିଟ୍ରାପ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । କିଭଳି ବଡ଼ ବଡ଼ ନେତା ଓ ବିତ୍ତଶାଳି ଅର୍ଚ୍ଚନା ନାଗ ଫାଶରେ ପଡ଼ୁଥିଲେ ତାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ (Archana Nag Scandal) । ଅଧିକ ପଢ଼ନ୍ତୁ

opposition demand CBI investigation over Archana Nag Scandal
ଅର୍ଚ୍ଚନା ସ୍କାଣ୍ଡାଲ ଘଟଣା ଚାପିଥିବା ଅଭିଯୋଗ, ସିବିଆଇ ତଦନ୍ତ ଦାବି କଲେ ବିରୋଧୀ

ଭୁବନେଶ୍ବର: ଅର୍ଚ୍ଚନା ନାଗ ହନିଟ୍ରାପ(Archana Nag Scandal) ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହି ଲେଡି ବ୍ଲାକମେଲର ସହ ପାୱାର କରିଡରର ଲିଙ୍କ୍‌ ଥିବା ଅଭିଯୋଗ ହେଉଥିବା ବେଳେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କିଭଳି ବଡ଼ ବଡ଼ ନେତା ଓ ବିତ୍ତଶାଳି ଅର୍ଚ୍ଚନା ନାଗ ଫାଶରେ ପଡ଼ୁଥିଲେ ତାହାକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ । ସପଟେ ଏହି ମାମଲାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି(BJP reaction on Archana Nag investigation) । ଅର୍ଚ୍ଚନା ସ୍କାଣ୍ଡାଲ୍‌ର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ଏହାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ଏହି ଘଟଣାରେ ସିବିଆଇ ତଦନ୍ତ ହେଉ । ରାଜ୍ୟ ପୋଲସିର ଅନେକ ବଡ଼ବଡ଼ ଅଧିକାରୀ ଏଥିରେ ସଂପୃକ୍ତ ଥିବା ସୂଚନା ମିଳୁଛି । ତେଣୁ ରାଜ୍ୟ ସରକାରଙ୍କ ପୋଲିସ ଯଦି ଏହାର ତଦନ୍ତ କରିବ ତେବେ ତଦନ୍ତ ଠିକ ଭାବରେ ହୋଇ ପାରିବ ନାହିଁ । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିଷୟରେ ଲୋକେ ଜାଣିବା ଜରୁରୀ । ତାଙ୍କର ଚରିତ୍ର ବାହାରକୁ ବାହାରିବା ଦରକାର ଅଛି । ତଦନ୍ତ ନିରପେକ୍ଷ ହେବାର ଆବଶ୍ୟକତା ରହିଛି ଏଥିପାଇଁ ଏହି ମାମଲାକୁ ସିବିଆଇ ହାତକୁ ଦିଆଯାଉ । ବିଧାନସଭାକୁ କେହି ଯାଇ ପାରୁ ନାହାଁନ୍ତି, ସେ କେମିତି ଯାଉଥିଲେ ତାହାର ବି ତଦନ୍ତ ହେବାର ଆବଶ୍ୟକତା ରହିଛି ।"

ଏହି ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି । ସିବିଆଇ ତଦନ୍ତ ହେଲେ ଘଟଣା ପଛର ରହସ୍ୟ ଖୋଲିବ କହିଛନ୍ତି ଜୟ ନାରାୟଣ ମିଶ୍ର । କଂଗ୍ରେସ ମଧ୍ୟ ସମାନ କଥା ଦୋହରାଇଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ପ୍ରଣାଳୀକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଅର୍ଚ୍ଚନା ନାଗ ଫାଶରେ ଗୋଟିଏ ପରେ ଗୋଟିଏ ନେତା ମନ୍ତ୍ରୀ ଫସୁଥିବା ବେଳେ କଣ କରୁଥିଲା ପୋଲିସ ଓ ଗୁଇନ୍ଦା ବିଭାଗ ?

ଅର୍ଚ୍ଚନା ହନିଟ୍ରାପକୁ ନେଇ ଏବେ ଉଠୁଛି ଅନେକ ପ୍ରଶ୍ନ । ରାଜ୍ୟରେ ଏତେ ବଡ଼ ସିଣ୍ଡିକେଟ କିଭଳି ସକ୍ରିୟ ରହିଥିଲା ? ଅର୍ଚ୍ଚନା କିଭଳି ବିଧାନସଭା ଯାଉଥିଲେ ତାହା ଜାଣିବା ଜରୁରୀ । ରାଜନୈତିକ ବ୍ୟକ୍ତିଙ୍କୁ ଫସାଇବା ପାଇଁ ଅର୍ଚ୍ଚନା ସ୍କାଣ୍ଡାଲ ରଚାଯାଇଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ସେପଟେ ଏହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ସେପଟେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ଏହାକୁ ନେଇ କହିଛନ୍ତି, "ଗୁଇନ୍ଦା ବିଭାଗ ନିଶ୍ଚିତ ଭାବରେ ତୃତୀୟ ମହଲାକୁ ଏନେଇ ଖବର ଦେଇଥିବେ । ଏହାକୁ ନେଇ ଯଦି ପୋଲିସ ଓ ଗୁଇନ୍ଦା ବିଭାଗ ପାଖରେ ଖବର ନଥିଲା ତାହାଲେ ସେମାନେ ଚାକିରିରୁ ଅବସର ନେଇଯିବା କଥା । ଜନମତକୁ ରାଜ୍ୟ ସରକାର ସମ୍ମାନ କରି ପାରି ନାହାନ୍ତି ।

ନେତା ମନ୍ତ୍ରୀଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ଲମ୍ବିଥିଲା ମାୟାବୀନି ଜାଲ । ସେପଟେ ଏହି ଘଟଣାକୁ ନେଇ ପୋଲିସ କୌଣସି ପ୍ରତିକ୍ରିୟା ରଖୁନାହିଁ । ତଦନ୍ତ ପ୍ରକ୍ରିୟା କେତେ ବାଟ ଆଗେଇଲା ତାହାକୁ ନେଇ କୌଣସି ସୂଚନା ଦିଆଯାଉନାହିଁ । ହେଲେ ଜଣେ ହାଇପ୍ରୋଫାଇଲ ଲେଡି କିଭଳି ବିରୋଧୀ ଶାସକ ଦଳର ନେତାଙ୍କ ଲିଙ୍କ୍‌ରେ ରହୁଥିଲେ ସେନଇ କାଣିଚାଏ ଖବର ମିଳି ପାରୁନି । ପୋଲିସ ଘଟଣାକୁ ଚାପିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2022, 6:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.