ETV Bharat / city

ସିନେମାରେ ବି ଲାଗିଛି କୁବେର ପ୍ରତାପଙ୍କ ଟଙ୍କା

author img

By

Published : Nov 11, 2021, 2:13 PM IST

ସିନେମା ଜଗତ ପର୍ଯ୍ୟନ୍ତ ଚେର ଲମ୍ବିଛି କୁବେର ଇଞ୍ଜିନିୟର ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କର । ଅଧିକ ପଢନ୍ତୁ...

ସିନେମାରେ ବି ଲାଗିଛି କୁବେର ପ୍ରତାପଙ୍କ ଟଙ୍କା
ସିନେମାରେ ବି ଲାଗିଛି କୁବେର ପ୍ରତାପଙ୍କ ଟଙ୍କା

ଭୁବନେଶ୍ବର: ସିନେମା ଜଗତ ପର୍ଯ୍ୟନ୍ତ ଚେର ଲମ୍ବିଛି କୁବେର ଇଞ୍ଜିନିୟର ପ୍ରତାପ ସାମଲ ଏବଂ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କର । ୨ଟି ପୂରୁଣା ଓଡିଆ ସିନେମା 'ନାରୀ ଆଖିରେ ନିଆଁ' ଏବଂ 'ବାଜି' ଚଳଚ୍ଚିତ୍ରରେ ପ୍ରଯୋଜନା କରିଛନ୍ତି ସାମଲ ଦମ୍ପତି ।

ଗୋଟିଏ ସିନେମାରେ ପ୍ରତାପ କାର୍ଯ୍ୟକାରୀ ପ୍ରଯୋଜକ ଥିବାବେଳେ ଅନ୍ୟ ଗୋଟିଏରେ ତାଙ୍କ ପତ୍ନୀ ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ପ୍ରତାପଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ପତ୍ନୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଛି ।

ପ୍ରତାପଙ୍କ କଳା ଟଙ୍କା ଦେଖି ତାଜୁବ ହୋଇ ଯାଇଥିଲା ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ବିଡା ବିଡା ଟଙ୍କା ଘର ବାହାରକୁ ଫିଙ୍ଗି ଦେଇଥିଲେ ପ୍ରତାପ । ଓଡିଶା ଇତିହାସରେ ପ୍ରଥମ କରି ପ୍ରତାପଙ୍କ ଠାରୁ ୧୪ କୋଟିରୁ ଊର୍ଦ୍ଧ୍ବ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛି ଭିଜିଲାନ୍ସ । ରାଜ୍ୟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ରୁ ଅଧିକ ସ୍ଥାନରେ ଚଢାଉ କରାଯାଇଥିଲା ।

ଏସବୁ ସ୍ଥାନରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.