ETV Bharat / city

ଜେଇଇ ଆଡ଼ଭାନ୍ସସ ପାଇଁ ଖୋଲା ହେଲା ହେଲ୍ପ ଡେସ୍କ - ହେଲ୍ପ ଡେସ୍କ

ଫନି ପରେ ଇଣ୍ଟରନେଟ ସମସ୍ୟାର ସମ୍ମୁଖୀନ ହେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ଆଇଆଇଟି ଭୁବନେଶ୍ୱର ପରିସରରେ ଖୋଲାଯାଇଛି ହେଲ୍ପ ଡେସ୍କ ।

ଫାଇଲ ଫଟୋ
author img

By

Published : May 9, 2019, 9:01 PM IST

ଭୁବନେଶ୍ବର: ଜେଇଇ ଆଡ଼ଭାନ୍ସସ ଆଶାୟୀଙ୍କ ପାଇଁ ସହଯୋର ହାତ ବଢାଇଲା କେନ୍ଦ୍ର। ଫନି ପରେ ଇଣ୍ଟରନେଟ ସମସ୍ୟାର ସମ୍ମୁଖୀନ ହେଉଥିବା ପରୀକ୍ଷାର୍ଥୀଙ୍କ ପାଇଁ ଆଇଆଇଟି ଭୁବନେଶ୍ୱର ପରିସରରେ ଖୋଲାଯାଇଛି ହେଲ୍ପ ଡେସ୍କ । ମେ 8 ତାରିଖ ଠାରୁ ଏହି ହେଲ୍ପଡେସ୍କ ଖୋଲାଯାଇଛି।

ଯେଉଁ ଛାତ୍ରଛାତ୍ରୀ ଆବେଦନ କରିବା ପାଇଁ ଇଣ୍ଟରନେଟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । 14 ତାରିଖ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଏଠାକୁ ଆସି ଆବେଦନ କରିପାରିବେ । ଏପରିକି ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ପାଇଁ ଏକ ସ୍ୱତନ୍ତ୍ର ବସ୍ର ବ୍ୟବସ୍ଥା କରାଯାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଅବଗତ କରାଯାଇଛି ।

ଭୁବନେଶ୍ୱର, ପୁରୀ ସମେତ କିଛି ଜିଲ୍ଲାରେ ଫନି ପ୍ରଭାବ ପାଇଁ ଜେଇଇ ଆଡ଼ଭାନ୍ସ ଆବେଦନ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ । ଏହା ଉପରେ କେନ୍ଦ୍ର ସରକାର ବିଚାର କରି ମେ 9 ବଦଳରେ 14 ତାରିଖକୁ ଆବେଦନ ତାରିଖ ବଢାଇଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.