ଭୁବନେଶ୍ବର: NEET ରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ MBBS ରେ ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । MBBS ଓ BDS ରେ ନାମଲେଖା (Admission) ପାଇଁ କାଉନସେଲିଂ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ନଭେମ୍ବର 29ରୁ ଅନଲାଇନ କାଉନସେଲିଂ(Online Counselling) ଆରମ୍ଭ ହେବ। ଏନେଇ OJEE ୱେବସାଇଟରେ କାର୍ଯ୍ୟସୂଚୀ ଉପଲବ୍ଧ କରାଯିବ ।
ରାଜ୍ୟ ସରକାରଙ୍କ ନିୟମ ଏବଂ ନିୟମାବଳୀ ଅନୁଯାୟୀ NEET (UG) 2021 ମେରିଟ ତାଲିକା ଆଧାରରେ 2021-22 ଶିକ୍ଷା ବର୍ଷ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଏବଂ ବେସରକାରୀ କଲେଜ ଗୁଡିକର MBBS / BDS ପାଇଁ ଆଡମିଶନ କରାଯିବ। ଅନଲାଇନ କାଉନସେଲିଂ ପ୍ରକ୍ରିୟା 29 ତାରିଖ ରୁ ଆରମ୍ଭ ହେବ। ସବିଶେଷ କାର୍ଯ୍ୟସୂଚୀ OJEE ୱେବସାଇଟରେ ପ୍ରକାଶିତ ହେବ। ନୂତନ ସୂଚନା Odisha Joint Entrance Examination ୱେବସାଇଟ www.ojee.nic.in/www.odishajee.com ରେ ଉପଲବ୍ଧ ହେବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ