ETV Bharat / city

ଟୁଙ୍ଗୁରୁ ପାଇଁ ଦିଗହରା ସୋସିଆଲ୍ ମିଡିଆ: ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି - ଟୁଙ୍ଗୁରୁ ପାଇଁ ଦିଗହରା ସୋସିଆଲ ମିଡିଆ

ଗତ କିଛି ଦିନ ହେବ ଗଣମାଧ୍ୟମର ଶିରୋନାମା ପାଲଟିଛି ଟୁଙ୍ଗୁର ଭୋଳ ଓ ବର୍ଷା ଭୋଳ । ଉଭୟଙ୍କୁ ବିରୋଧ କରିଛନ୍ତି ଅନଲାଇନ ଅଟୋ ଡ୍ରାଇଭର ମହାସଂଘ ।ଟୁଙ୍ଗୁରୁ ଭୋଳ, ବର୍ଷା ସମେତ ଏମାନଙ୍କୁ ନେଇ ଗୀତ ପ୍ରସ୍ତୁତ କରୁଥିବା ଗୀତିକାର ଓ ସଂଗୀତ ନିର୍ଦ୍ଦେଶକଙ୍କୁ ଗିରଫ କରିବାକୁ ଦାବି। ଅଧିକ ପଢନ୍ତୁ

ଟୁଙ୍ଗୁରୁ ପାଇଁ ଦିଗହରା ସୋସିଆଲ୍ ମିଡିଆ:ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

author img

By

Published : Jul 8, 2022, 10:40 PM IST

ଭୁବନେଶ୍ବର : ଟୁଙ୍ଗୁରୁ ଭୋଳ ଏବେ ସାରା ଓଡ଼ିଶାରେ ଚର୍ଚ୍ଚିତ ଚେହେରା । ସବୁଠି ଟୁଙ୍ଗୁରୁ ଓ ବର୍ଷାଙ୍କୁ ନେଇ ବେଶ ଚର୍ଚ୍ଚା। ଏପରିକି ସୋସିଆଲ ମିଡିଆରେ ଛାଇ ଯାଉଛି ଉଭୟଙ୍କ ଫଟୋ ଓ ଭିଡିଓ । ହେଲେ ଏହାକୁ ବିରୋଧ କରିଛନ୍ତି ଅନଲାଇନ ଅଟୋ ଡ୍ରାଇଭର ମହାସଂଘ ।

ଟୁଙ୍ଗୁରୁ ପାଇଁ ଦିଗହରା ସୋସିଆଲ୍ ମିଡିଆ:ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଖରାପ କାର୍ଯ୍ୟ କରୁଥିବା ଲୋକଙ୍କୁ ରାତାରାତି ସେଲିବ୍ରେଟି କରୁଛି ସୋସିଆଲ ମିଡିଆ । ହେଲେ ଭୁଲିଯାଉଛି କଳା ଓ ସଂସ୍କୃତିର ଗାଥା । ଆଉ ପାସୋରି ଦେଉଛି ଓଡିଶାର ଗରିମାମୟୀ ବ୍ୟକ୍ତିତ୍ୱ ଓ ଅସ୍ତିତ୍ବର କାହାଣୀ। ଆଉ ଏହାକୁ ପ୍ରୋତ୍ସାହିତ କରୁଛନ୍ତି ଆମ କଳାକାର। ବଦନାମ ହେଉଛି ଆମ ପରିବେଶ ଆମ ପରିଚୟ । ଏଳଭି କିଛି ଅଭିଯୋଗ କରି ଟୁଙ୍ଗୁରୁ ଭୋଳ, ବର୍ଷା ସମେତ ଏମାନଙ୍କୁ ନେଇ ଗୀତ ପ୍ରସ୍ତୁତ କରୁଥିବା ଗୀତିକାର ଓ ସଂଗୀତ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ଭୁବନେଶ୍ବର ଅନଲାଇନ ଅଟୋ ଡ୍ରାଇଭର ମହାସଂଘ।

ଡିସିପିଙ୍କୁ ଭେଟି ଟୁଙ୍ଗୁରୁଭୋଳ, ବର୍ଷା ସମେତ ଏମାନଙ୍କୁ ନେଇ ଗୀତ ପ୍ରସ୍ତୁତ କରୁଥିବା ଗୀତିକାର ଓ ସଂଗୀତ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି । କାରଣ ଖରାପ କାମ କରି ରାତାରାତି ଏଠି ସେଲିବ୍ରେଟି ବଦନାମ ବାଦଶାହା। ହେଲେ ଏମାନଙ୍କ ଆଳରେ ହଜିଯାଉଛି କଳା ସଂସ୍କୃତି ,ପ୍ରତିଭା ଓ ଗୁଣବାନ ବ୍ଯକ୍ତିତ୍ବଙ୍କ ସଂଘର୍ଷର କାହାଣୀ । କାରଣ ଏଠି ଟ୍ରେଣ୍ଡ ପଛରେ ଦୌଡି କଳାଜଗତର କଳାକାର କଳା ଓ ସଂସ୍କୃତିର ବିକାଶ ବଦଳରେ ବିନାଶରେ ବ୍ଯସ୍ତ ।

ତେଣୁ କଳାର ପୂଜା ବଦଳରେ ବଦନାମ ସହ ଗୁଣବତ୍ତା ହରାଉଛି ଓଡିଆ ସଂଗୀତ ଜଗତ। ଏହାକୁ ନେଇ ସଂଗୀତ ଜଗତକୁ ବଞ୍ଚାଇବା ବଦଳରେ ଅଭିଜ୍ଞ ହିଁ ବିଷୟ ବସ୍ତୁକୁ ନ ପରଖି ଗାଉଛନ୍ତି ଗୀତ। ଏହି ଗୀତ ଟ୍ରେଣ୍ଡ ପାଇଁ ଲୋକମତ ପାଉଛି ସତ ହେଲେ ବଦନାମ ହେଉଛି ସମାଜ। ଆଉ ଓଡିଶାର ଅସ୍ମିତାକୁ ବଞ୍ଚାଇବା ପାଇଁ ଚାଲିଛି ବିରୋଧ।

ଅନଲାଇନ ଅଟୋ ଡ୍ରାଇଭର ମହାସଂଘର ସଦସ୍ୟ ଉଭୟଙ୍କ ବିରୋଧରେ ରାଜଧାନୀର ସମସ୍ତ ଥାନାରେ ପୂର୍ବରୁ ଏତଲା ଦେଇଥିବା ବେଳେ ଡିସିପିଙ୍କୁ ଭେଟିଛନ୍ତି । ଦାବି କରିଛନ୍ତି ଯେ ସୋସିଆଲ୍ ମିଡିଆର ଅପବ୍ଯବହାର କରି ସମାଜ ଓ ଆମ ଅଟୋ ଡ୍ରାଇଭରଙ୍କୁ କଳୁଷିତ କରୁଥିବା ଟୁଙ୍ଗୁରୁ ଭୋଳ ସହ ଭାଇରଲ ହେଉଥିବା ବର୍ଷାଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ବଦଳରେ ଦାୟିତ୍ୱରେ ଥିବା ଆଡିସିନାଲ ଡିସିପି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ଯପଟେ ପ୍ରତିଶ୍ରୁତି ପରେ ଯଦି କାର୍ଯ୍ୟାନୁଷ୍ଠାନ ନିଆନଯାଏ । ତେବେ, ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଅଟୋଚାଳକ ମହାସଂଘ ଆନ୍ଦୋଳନକୁ ଓହ୍ଳାଇବ ବୋଲି ଚେତାବନୀ ଦେଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.