ETV Bharat / city

ଏକକାଳୀନ ଅଫଲାଇନ-ଅନଲାଇନ କ୍ଳାସ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖବର

ସୋମବାର ରାଜ୍ୟ ସରକାର କୋରୋନାର ନୂତନ ଗାଇଡଲାଇନ ଅନୁଯାୟୀ 9ମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଅନୁମତି ଦେଇଛନ୍ତି । ଫେବୃୟାରୀ 8ରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ଅଧିକ ପଢନ୍ତୁ...

online and offline classes
ଅଫଲାଇନ ଓ ଅନଲାଇନ କ୍ଳାସ ଶିକ୍ଷକଙ୍କ ପାଇଁ ହେବ ବଡ ଚ୍ୟାଲେଞ୍ଜ
author img

By

Published : Feb 2, 2021, 6:35 PM IST

ଭୁବନେଶ୍ବର: ଅଫଲାଇନ ଓ ଅନଲାଇନ କ୍ଳାସ ଶିକ୍ଷକଙ୍କ ପାଇଁ ହେବ ବଡ ଚ୍ୟାଲେଞ୍ଜ । ଯାହା 9ମ ଓ 10ମ ଶ୍ରେଣୀର ପିଲାଙ୍କୁ ପାଠପଢ଼ିବା ସହ 1ମରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନରେ ପାଠ ପଢ଼ାଯିବ । ଏହା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ।

ଅଫଲାଇନ ଓ ଅନଲାଇନ କ୍ଳାସ ଶିକ୍ଷକଙ୍କ ପାଇଁ ହେବ ବଡ ଚ୍ୟାଲେଞ୍ଜ

ସୋମବାର ରାଜ୍ୟ ସରକାର କୋରୋନାର ନୂତନ ଗାଇଡଲାଇନ ଅନୁଯାୟୀ ଫେବୃୟାରୀ 8ରୁ ନବମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଅନୁମତି ଦେଇଛନ୍ତି । ଯାହା କୋଭିଡ କଟକଣା ମଧ୍ୟରେ କ୍ଳାସ କରାଯିବ । ପ୍ରଥମ ପର୍ଯ୍ୟାୟରେ ସରକାର ଯୁକ୍ତ ଦୁଇ ଶେଷ ବର୍ଷର ଛାତ୍ର ଛାତ୍ରୀ ଓ 10ମ ଶ୍ରେଣୀ ଖୋଲା ଯାଇଥିବାବେଳେ ଏବେ 9ମ ଓ ଏକାଦଶ ଶ୍ରେଣୀ ଖୋଲିଛନ୍ତି । ସେପଟେ ଗତ ଲକଡାଉନ ସମୟରେ ନିଜ ଚେଷ୍ଟା ଅନୁସାରେ ପାଠ ପଢିଛୁ କିନ୍ତୁ 10 ମାସ ମଧ୍ୟରେ କୌଣସି ପ୍ରକାରର ଅନଲାଇନ ମଧ୍ୟମରେ କ୍ଳାସ ହୋଇନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ସେହିପରି ଚଳିତ ବର୍ଷ ଜାନୁଆରୀ 10 ତାରିଖରୁ ଅନଲାଇନ ମାଧ୍ୟମରେ ପାଠପଢା ହୋଇଛି । ତେଣୁ କ୍ଳାସ ଖୋଲିଲେ ଭଲ ଭାବରେ ପାଠ ପଢା ହେବ ବୋଲି ଛାତ୍ରୀ କହିଛନ୍ତି ।

ଅନ୍ୟପଟେ ଛାତ୍ର କହିଛନ୍ତି ଯେ ସ୍କୁଲ ଖୋଲିବା ସହ ନବମ ଶ୍ରେଣୀ ଖୋଲାଯାଇଥିବାରୁ ସ୍ବାଗତ କରିଛନ୍ତି । ଅନଲାଇନରେ ଭଲ ଭାବରେ ପାଠ ପଢା ହେଉନଥିବା ବେଳେ ଅଫଲାଇନରେ ଭଲ ଭାବରେ ପଢ଼ାଯିବାକୁ ସ୍ଥିର କରିଛୁ । ଅନ୍ୟପଟେ ୟୁନିଟ 1 ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ ଆମ ପାଇଁ ଏହା ଏକ ଚ୍ୟାଲେଞ୍ଜ ହେବ । ପ୍ରଥମ ପର୍ଯ୍ୟାୟରେ 10ମ ଶ୍ରେଣୀ ପିଲା ଓ ଏବେ 9ମ ଶ୍ରେଣୀ ପିଲାମାନଙ୍କର ପାଠ ପଢା । ସ୍କୁଲରେ ଅଧିକ କ୍ଳାସ ରୁମ ରହିଛି କିନ୍ତୁ ଭାଗ ଭାଗ କରି ପିଲାଙ୍କୁ ସମୟ ଅନୁସାରେ କ୍ଳାସ କରାଯିବ । ଏହା ସହ 1ମ ରୁ 8ମ ପର୍ଯ୍ୟନ୍ତ ମଧ୍ୟ ଅନଲାଇନ ମାଧ୍ୟମରେ କ୍ଳାସ ଚାଲିଛି । ଶିକ୍ଷକ ଓ ଶିକ୍ଷୟିତ୍ରୀ ଅନେକ ସମୟରେ ଚାପରେ ରହିବେ ଏବଂ ପାଠ ପଢା ସମ୍ପୂର୍ଣ୍ଣ ଭାବରେ ଚ୍ୟାଲେଞ୍ଜ ହେବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.