ETV Bharat / city

ହଟ ପ୍ୟାଣ୍ଟ ପିନ୍ଧି ଆସିଲା 420 ଚୋର, ଲକ୍ଷେ ଚାଳିଶ ହଜାର ଫୋନ ନେଇ ଫେରାର - Bhubaneswar latest news

ମୋବାଇଲ କିଣିବା ବାହାନାରେ ଆଇଫୋନ ଚୋରି । ଏ ଭଳି ଘଟଣା ଘଟିଛି ରାଜଧାନୀରେ । ମୋବାଇଲେ ଦୋକାନରେ ପଶି ଜଣେ ଯୁବତୀ ଏକ ଲକ୍ଷ ୪୦ ହଜାର ଟଙ୍କାର iPhone ନେଇ ଛୁ ମାରିଲା ଯୁବତୀ । ଅଧିକ ପଢନ୍ତୁ:

mobile thief by  girl in bhubaneswar
ମୋବାଇଲ ଦୋକାନରୁ ଦାମିକିଆ iPhone ନେଇ ଛୁ ମାରିଲା ଯୁବତୀ
author img

By

Published : Jul 6, 2021, 9:51 PM IST

ଭୁବନେଶ୍ବର: ମୋବାଇଲ ଦୋକାନୀକୁ ଚୁନା ଲଗାଇଲେ ଯୁବତୀ । ମୋବାଇଲ ଦୋକାନରୁ iPhone କିଣି ଫେରାର ହେଲେ ହେଲେ ଯୁବତୀ। ଲକ୍ଷାଧିକ ଟଙ୍କାର iPhone ନେଇ ଫେରାର ଯୁବତୀ । ଏ ଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବର ସହିଦ ନଗରରେ ।

ମୋବାଇଲ ଦୋକାନରୁ ଦାମିକିଆ iPhone ନେଇ ଛୁ ମାରିଲା ଯୁବତୀ

ଭୁବନେଶ୍ବର ସହିଦ ନଗରରେ ଥିବା ସେଲ-7 ମୋବାଇଲ ଦୋକାନରୁ ଗତକାଲି iPhone କିଣିବାକୁ ଜଣେ ଯୁବତୀ ଯାଇଥିଲେ। ସେହି ଦୋକାନରେ ଯୁବତୀ ଜଣକ ଏକ ଦାମୀ ମୋବାଇଲ ତଥା ଆଇଫୋନ ଦେଖିଥିଲେ । ସେହି ଆଇଫୋନକୁ କିଣିଥିଲେ । ଯୁବତୀ ଜଣକ ମୋବାଇଲ କିଣିବା ପରେ ବିଲ କଲେ। କିନ୍ତୁ ଟଙ୍କା ଦେଲା ବେଳକୁ କହିଲେ ATM କାର୍ଡ ଖରାପ ହୋଇଯାଇଛି। ଘରକୁ ଆସନ୍ତୁ ବାପାଙ୍କ ATMରୁ ପଇସା ନେଇଯିବ । । ଏହା ପରେ ମୋବାଇଲ ଦୋକାନୀଙ୍କ ଏକ ପିଲାକୁ ଯୁବତୀଙ୍କ ସହିତ ପଠାଗଲା। ଗଲା ବେଳକୁ ପେଟ୍ରୋଲ ପକାଇବାକୁ କହି ଝିଅ ଜଣକ ଫେରାର ହୋଇଯାଇଥିଲେ । ଯେଉଁ ଆଇଫୋନଟି ନେଇଛନ୍ତି ଯୁବତୀ ଜଣକ ତାହାର ଦାମ 1 ଲକ୍ଷ ୪୦ ହଜାର ଟଙ୍କା ହୋଇଥିବା ଜଣାପଡିଛି ।

ସେପଟେ ସିସିଟିଭିରେ ରେକର୍ଡ ହୋଇଥିବା ଭିଡିଓକୁ ଆଧାର କରି ଝିଅ ପାଖରେ ପହଞ୍ଚିଛି ପୋଲିସ । ସହିଦ ନଗର ଥାନାରେ ସମସ୍ତେ ରହିଛନ୍ତି। ପୋଲିସ ଘଟଣାସ୍ଥଳକୁ ଆସି ଦୋକାନରେ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଚଳାଇଛି। ତେବେ ଏ ଭଳି ଘଟଣାକୁ ନେଇ ରାଜଧାନୀରେ ବିଭିନ୍ନ ଦୋକାନରେ ଭୟ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.