ETV Bharat / city

ବିଜେପି ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ରାଜ୍ୟ ସଭାପତିଙ୍କ ନୂଆ ଦାୟିତ୍ବ - BJP foundation day

ଆଜି ବିଜେପିର 40ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟକର୍ତା ଏକାଠି ହୋଇ କୋରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ବାନ ଦେଇଛନ୍ତି ।

BJP foundation day
ବିଜେପି ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ରାଜ୍ୟ ସଭାପତିଙ୍କ ନୂଆ ଦାୟିତ୍ବ
author img

By

Published : Apr 6, 2020, 6:13 PM IST

Updated : Apr 6, 2020, 7:59 PM IST

ଭୁବନେଶ୍ବର: ଆଜି ବିଜେପିର 40ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଦଳୀୟ ନେତୃବୃନ୍ଦ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସର ଭିତରେ ଦଳୀୟ ପତାକା ଉତ୍ତୋଳନ କରିବା ସହ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଛନ୍ତି ।

ବିଜେପି ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ରାଜ୍ୟ ସଭାପତିଙ୍କ ନୂଆ ଦାୟିତ୍ବ

40 ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ୟକର୍ତା ଏକାଠି ହୋଇ କୋରୋନା ମହାମାରୀ ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ବାନ ଦେଇଛନ୍ତି ।

ରାଜ୍ୟରେ କୋରୋନା ମହାମାରୀ ବ୍ୟାପୁଥିବାରୁ ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ନିଜ ନିଜ ଘରେ ଦଳୀୟ ପତାକା ଉତ୍ତୋଳନ କରିବା ପାଇଁ ନିବେଦନ କରିଥିଲେ ରାଜ୍ୟ ସଭାପତି । ସମସ୍ତ କାର୍ଯ୍ୟକର୍ତ୍ତା ପ୍ରତିଷ୍ଠା ଦିବସ ଅବସରରେ ନିଜର ଗୋଟିଏ ପ୍ରହରର ଭୋଜନ ତ୍ୟାଗ କରି ଲକଡାଉନ ସମୟରେ କଷ୍ଟ ପାଉଥିବା ଅସହାୟ ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇ ପ୍ରତିଦିନ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା କାର୍ଯ୍ୟକ୍ରମ ଅନୁସାରେ 5+1 ପ୍ୟାକେଟ ଖାଦ୍ୟ ସାମଗ୍ରୀ ନିଃସ୍ବ ଗରିବ ଅସହାୟ ଲୋକଙ୍କୁ ପ୍ରଦାନ କରିବା ପାଇଁ ସେ କହିଛନ୍ତି ।

ଏହାସହ ଆଗାମୀ ଏକ ସପ୍ତାହ ମଧ୍ୟରେ ବିଜେପିର ସମସ୍ତ କାର୍ଯ୍ୟକର୍ତା ପ୍ରତି ବୁଥର ଲୋକମାନଙ୍କୁ ଘର ତିଆରି ମାସ୍କ ବଣ୍ଟନ କରିବା ଏବଂ ଫେସ କଭର ଅବା ମାସ୍କ ତିଆରି କରିବା ଏବଂ ବାଣ୍ଟିବାର ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବେ ବୋଲି ସେ କହିଛନ୍ତି ।

ବିଜେପି 40 ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଯୋଗୁଁ ସମସ୍ତ କର୍ମୀମାନେ 40 ଜଣ ଲୋକଙ୍କୁ ସମ୍ପର୍କ କରି 100 ଟଙ୍କା ଲେଖାଏଁ (ପିଏମ କେୟାର୍ସ ଫଣ୍ଡ)କୁ ଅନୁଦାନ ଦେବା ପାଇଁ ପ୍ରବର୍ତ୍ତାଇବେ । ଏହାସହ ଅନ୍ୟୁନ 40 ପରିବାରକୁ ସମ୍ପର୍କ କରି 5 ଟି ଧନ୍ୟବାଦ ପତ୍ରର ହସ୍ତାକ୍ଷର ସଂଗ୍ରହ କରି ଏହି ପତ୍ରକୁ ପୋଲିସ କର୍ମଚାରୀ, ସଫେଇ କର୍ମଚାରୀ, ଡାକ୍ତର ଏବଂ ନର୍ସ, ବ୍ୟାଙ୍କ ଏବଂ ପୋଷ୍ଟାଲ କର୍ମଚାରୀ ଓ ସରକାରୀ କର୍ମଚାରୀ ମାନଙ୍କୁ ପ୍ରଦାନ କରି ଧନ୍ୟବାଦ ଜଣାଇବେ ।

ଏହି ଧନ୍ୟବାଦ ପତ୍ର ନିଜ ନିଜ ଅଞ୍ଚଳର କୋରୋନା ଯୋଦ୍ଧା ମାନଙ୍କୁ ପ୍ରଦାନ କରିବେ ଏବଂ କ୍ବାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ଫୋନ କରି ସେମାନଙ୍କ ମନୋବଳକୁ ବୃଦ୍ଧି କରିବେ ବୋଲି ସଭାପତି କହିଛନ୍ତି । 1980 ମସିହା, ଅପ୍ରେଲ 6 ତାରିଖ ଦିନ ବିଜେପି ପ୍ରତିଷ୍ଠା ହୋଇଥିଲା । 1984 ମସିହାରେ ମାତ୍ର 2 ଜଣ ସାଂସଦ ଥିବା ଭାରତୀୟ ଜନତା ପାର୍ଟି ଆଜି ବିଶ୍ବର ସର୍ବବୃହତ ରାଜନୈତିକ ଦଳରେ ପରିଣତ ହୋଇଛି । ସେହିପରି ବିଜେପିର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିକାଶଧାରାକୁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗେଇ ନେଉଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 6, 2020, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.