ଭୁବନେଶ୍ବର: ଓଡିଶା ଆସିଲା ଓମିସିୟୋର କିଟ୍ । ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ୍ ଆଣିଛି ଓଡିଶା । ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ଓମିସିୟୋର କିଟ୍ ଆସିଛି । କିଟ୍ ପହଞ୍ଚବା ପରେ ଡ୍ରାଏ ରନ୍ ଚାଲିଛି । ଠିକ ଅଛି ନା ନାହିଁ ଟେଷ୍ଟ କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ୪ଟି ସହରରେ ଏହାକୁ ବ୍ୟବହାର କରାଯିବ । ଏହି ସହରଗୁଡିକ ହେଲେ ବ୍ରହ୍ମପୁର, କଟକ, ରାଉରକେଲ ଓ ଭୁବନେଶ୍ବର । କିଟ୍ର ପରୀକ୍ଷଣ ପାଇଁ ସ୍ବାସ୍ଥ୍ୟ ବିଭାଗ RMRCକୁ ଦେଇଛି ।
ରାଜ୍ୟ ସରକାର 5 ଲକ୍ଷ ଓମିସିୟୋର କିଟ୍ ମଗାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ଆସିଛି । ଯେଉଁ ଜିଲ୍ଲାରେ ପଜିଟିଭ ହାର ଅଧିକ ସେଠାକୁ ଓମିସିୟୋର ପଠାଯିବ । ଓମିକ୍ରନ ଭାରିଆଣ୍ଟ ଚିହ୍ନଟରେ ସହାୟକ ହେବ ଏହି ଓମିସିୟୋର କିଟ୍ । ଜିନୋମ୍ ସିକ୍ବେନ୍ସିଂ ପାଇଁ ଆକ୍ରାନ୍ତଙ୍କ ସାମ୍ପୂଲ ପଠାଯିବା ଯୋଗୁଁ ଓମିକ୍ରନ ଭୂତାଣୁ ଚିହ୍ନଟକରଣ ପ୍ରକ୍ରିୟା ବିଳମ୍ବ ହେଉଛି । ହେଲେ ଏହି କିଟ୍ ଦ୍ବାରା ବିନା ଜିନୋମ୍ ସିକ୍ବେନ୍ସିଂରେ ଏବଂ କମ୍ ସମୟରେ ଚିହ୍ନଟ ହୋଇପାରିବ ନୂଆ ଭାରିଆଣ୍ଟ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ଦେବସ୍ମିତା ରାଉତ, ଇଟିଭି ଭାରତ