ETV Bharat / city

ବେଷ୍ଟ ଇନ ମ୍ୟାନେଜିଂ ହେଲ୍‌ଥ ଆଟ୍ ୱାର୍କ ପୁରସ୍କାରରେ 'OMC' ସମ୍ମାନୀତ

author img

By

Published : Jun 13, 2021, 3:50 PM IST

ସ୍ବାସ୍ଥ୍ୟସେବା ଠାରୁ ଆରମ୍ଭ କରି ସୁରକ୍ଷିତ ଓ ସଚେତନତା ମୂଳକ କ୍ଷେତ୍ରରେ ଓଡିଶା ଖଣି ନିଗମ ଲିମିଟେଡ୍ ବା OMC ପକ୍ଷରୁ ଏହି କାର୍ଯ୍ୟକ୍ରମ ଗୁଡିକରେ ସର୍ବଦା ପ୍ରୋତ୍ସାହନ ଦେଇଆସିଛି । ପୁରସ୍କାର ଆଗକୁ ପ୍ରେରଣା ଯୋଗାଇବ ବୋଲି ଓଏମସି ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

ଓଏମସିକୁ ବେଷ୍ଟ ଇନ ମ୍ୟାନେଜିଂ ହେଲ୍‌ଥ ଆଟ୍ ୱାର୍କ’ ପୁରସ୍କାର

ଭୁବନେଶ୍ବର: ଓଡ଼ିଶା ମାଇନିଂ କର୍ପୋରେସନ-ଓଏମ୍‌ସିକୁ ମିଳିଛି ଅନ୍ତର୍ଜାତୀୟ ସମ୍ମାନ । ‘ବେଷ୍ଟ ଇନ ମ୍ୟାନେଜିଂ ହେଲ୍‌ଥ ଆଟ୍ ୱାର୍କ’ ପୁରସ୍କାର ପାଇଛି ଓଏମସି । ୧୯ତମ ଏସିଆନ୍ ଲିଡରସିପ୍ ଆଓ୍ବାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ଓଏମ୍‌ସି ଏହି ପୁରସ୍କାର ପାଇଛି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷିତ ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଉଛି ଓଏମ୍‌ସି । ଓଏମସି ପକ୍ଷରୁ ବିଭିନ୍ନ ଖଣି ଅଞ୍ଚଳରେ କୋଭିଡ଼ ନିରାକରଣ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ସହଯୋଗରେ ବିଭିନ୍ନ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ଖୋଲିଛି ।

ଏହା ସହ ଖଣିରେ କାର୍ଯ୍ୟ କରୁଥିବା କର୍ମଚାରୀ, ତାଙ୍କ ସମ୍ପର୍କୀୟ ଏବଂ ଖଣି ପାରିପାର୍ଶ୍ବିକ ଅଞ୍ଚଳର ଲୋକମାନଙ୍କ ପାଇଁ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ଓଏମସି । ଏକ ଦାୟିତ୍ୱବାନ ଉଦ୍ୟୋଗ ଭାବେ କର୍ମସ୍ଥଳୀ ତଥା ପାରିପାର୍ଶ୍ବିକ ଅଞ୍ଚଳକୁ କୋଭିଡମୁକ୍ତ କରିବା ପାଇଁ ଓଏମସି ସର୍ବଦା ଚେଷ୍ଟିତ ବୋଲି କହିଛି । ଏହି ପୁରସ୍କାର ଆଗକୁ ପ୍ରେରଣା ଯୋଗାଇବ ବୋଲି ଓଏମସି ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.