ETV Bharat / city

ଓମ୍ ବାବାଙ୍କୁ ଐତିହ୍ୟ ବିଶେଷଜ୍ଞଙ୍କ ବିରୋଧ - Om Baba statment

ଦ୍ବିତୀୟ କୋଣାର୍କ ନିର୍ମାଣ କରିବା ଅସମ୍ଭବ । ବର୍ତ୍ତମାନ ଯେଉଁ କୋଣାର୍କ ଅଛି ତାହାର ସୁରକ୍ଷା କରିବା ଆବଶ୍ୟକ । ଏହି ସମୟରେ ଓମ୍ ବାବାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦେଖାଦେଇଛି ବିବାଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 15, 2019, 8:35 PM IST

Updated : Oct 16, 2019, 8:03 AM IST

ଭୁବନେଶ୍ବର: ରାଜ୍ୟରେ ଏବେ ଓମ୍ ବାବାଙ୍କୁ ନେଇ ବଢିବାରେ ଲାଗିଛି ବିବାଦ । ଦ୍ବିତୀୟ କୋଣାର୍କ ନିର୍ମାଣ ଘୋଷାଣା କରିବା ପରଠାରୁ ଓମ୍ ବାବା ଯେମିତି ଏବେ ଚର୍ଚ୍ଚାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ଚନ୍ଦ୍ରଭାଗା କୂଳରେ ବାବା ନିର୍ମାଣ କରିବା ପାଇଁ ଯାଉଛନ୍ତି ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ଏଥିପାଇଁ ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଥିବା କହିଛନ୍ତି । ଆସନ୍ତା ଦୀପାବଳି ଠାରୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବାବା ଘୋଷଣା କରିଛନ୍ତି । ଦ୍ବିତୀୟ କୋଣାର୍କ କାର୍ଯ୍ୟ ଆରମ୍ଭ ଦିନ ଦେଶର ବିଭିନ୍ନ ରାଜନେତା ଓ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିବା ସହ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଧର୍ମାବଲମ୍ବୀ ମାନେ ସାମିଲ ହେବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

ଏହି ମନ୍ଦିର ନିର୍ମାଣ ତଦାରଖ କରିବା ପାଇଁ ରଘୁନାଥ ମହାପାତ୍ର ଦାୟିତ୍ବ ନେଇଥିବା ମଧ୍ୟ ବାବା କହିଛନ୍ତି । ଦ୍ବିତୀୟ କୋଣାର୍କ ପାଇଁ ରାଜ୍ୟ ବାହାରୁ ପଥର ଅଣାଯିବ । ନିର୍ମାଣ କାମ ଏକ ବର୍ଷରେ ସମ୍ପୁର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ବିବାଦୀୟ ବାବା । ବିଗବସ କାର୍ଯ୍ୟକ୍ରମର ଏହି ବିବାଦୀୟ ବାବା କହିଛନ୍ତି ସେ ଏଥିପାଇଁ ଆବଶ୍ୟକ ଜମି ମଧ୍ୟ କୋଣାର୍କରେ କିଣି ସାରିଛନ୍ତି ।

ଯାହାକୁ ବିଶ୍ବାସକୁ ନେଇ ନାହାଁନ୍ତି ଐତିହ୍ୟ ବିଶେଷଜ୍ଞ ଅନୀଲ ଧୀର । ବିବାଦୀୟ ଓମ୍ ବାବାଙ୍କ ଏହି ଘୋଷଣା ପରେ ବାବାଙ୍କୁ ଯୋରଦାର ଆକ୍ରମଣ କରିଛନ୍ତି ଏହି ଐତିହ୍ୟ ବିଶେଷଜ୍ଞ । ରାଜ୍ୟର ଐତିହ୍ୟ ଏତେ ଶସ୍ତା ନୁହେଁ ଯିଏ ଚାହିଁଲେ ସେ ନିର୍ମାଣ କରିଦେବେ । ଏହି ଘୋଷଣା ଦ୍ବାରା ଆମ ଐତିହ୍ୟକୁ ଅସମ୍ମାନ କରାଯାଉଛି ବୋଲି ସେ କହିଛନ୍ତି । ଏହାସହ ସେ ଆକ୍ରମଣ କରି କହିଛନ୍ତି ଯେଉଁ ଭଣ୍ଡ ବାବା ଏଭଳି ଘୋଷଣା କରି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ତାଙ୍କୁ ରାଜ୍ୟରୁ ତଡିପାର କରିବା ଆବଶ୍ୟକ ।

ଏହାସହ ଅନୀଲ କହିଛନ୍ତି ଏମାନେ ସବୁ ଭଣ୍ଡ ବାବା । ବିବାଦୀୟ ବୟାନ ଦେଇ କେବଳ ଚର୍ଚ୍ଚାରେ ରହିବାକୁ ଏଭଳି କାମ କରୁଛନ୍ତି । ଯେଉଁମାନେ ଏମାନଙ୍କୁ ରାଜ୍ୟକୁ ଆଣି ପ୍ରମୋଶନ କରାଉଛନ୍ତି କେବଳ ପଇସା ପାଇଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଭଣ୍ଡ ବାବା ଙ୍କ କୋଣାର୍କ ସ୍ୱପ୍ନ , ଓଡିଶାର ଐତିହ୍ୟ ଏତେ ଶସ୍ତା ନୁହେଁ: ଐତିହ୍ୟ ବିଶେଷଜ୍ଞ।

ବାବା ତିଆରି କରିବେ ଦ୍ୱିତୀୟ ସୂର୍ଯ୍ୟ କୋଣାର୍କ ମନ୍ଦିର। ଐତିହାସିକ କୋଣାର୍କ ମନ୍ଦିର ପରି ନକଲ କରି ନିର୍ମାଣ କରିବେ । ଯାହା ଶ୍ରୀ ଜଗନ୍ନାଥ ଙ୍କ ସ୍ୱପ୍ନାଦେସ ପରେ ନିର୍ଦେଶ ଦେଇଛନ୍ତି ବୋଲି କୁହନ୍ତି ଓଁମ ବାବା। ଯାହା ଏବେ ରାଜ୍ୟରେ ଚର୍ଚ୍ଚା ରେ ରହିଛନ୍ତି ଓଁମ ବାବା।ଏହାକୁ ଖଣ୍ଡନ କରିଛନ୍ତି ଐତିହ୍ୟ ବିଶେଷଜ୍ଞ। ଓଡ଼ିଶାର ଐତିହ୍ୟ ଅଟେ ଶସ୍ତା ନୁହେଁ। ଏହାକୁ ଅସମ୍ମାନ କରାଯାଉଛି।ଯେଉଇଁ ଭଣ୍ଡ ବାବା କରୁଛନ୍ତି ସେମାଙ୍କୁ ରାଜ୍ୟ ବାହାରକୁ ତଡିପାର କରିବା ଆବଶ୍ୟକ ବୋଲି କହିଛନ୍ତି ଐତିହ୍ୟ ବିଶେଷଜ୍ଞ ଅନୀଲ ଧୀର।

Body:

ଏବେ ଚର୍ଚ୍ଚାରେ ଓଁମ ବାବା। ବିଗ ବସ ର ବିବାଦୀୟ ବାବା ଯିଏକି ଓଡ଼ିଶାରେ ଏକ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ନକଲ ଏକ ମନ୍ଦିର ନିର୍ମାଣ କରିବା ଲାଗି ସଫେଇ ଦେଇଛନ୍ତି। ଏହାକୁ ବିରୋଧ କରିଛନ୍ତି ଐତିହ୍ୟ ବିଶେଷଜ୍ଞ। ଯାହା ଓଡିଶା ପାଇଁ ଏକ ଲଜ୍ୟା କର ମନ୍ତବ୍ୟ। ଏଥିରେ ଓଡ଼ିଶାର ଐତିହ୍ୟ କ୍ଷୁର୍ଣ୍ଣ ହେଉଛି। ଯାହା କୋଟି କୋଟି ଓଡ଼ିଆ ଙ୍କ ପାଇଁ ଏକ ଦୁଃଖଦ ଘଟଣା। ଓଡିଶାକୁ ଆସିଥିବା ବିଗ ବସ ର ବିବାଦୀୟ ବାବା ଏକ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି। ଯାହାକୁ ନେଇ ଜମି ମଧ୍ୟ କଣିସାରିଛନ୍ତି ବୋଲି ବାବା କହିଥିବା ବେଳେ ଏହାକୁ ବିଶ୍ୱାସ କରିନାହାନ୍ତି ଐତିହ୍ୟ ବିଶେଷଜ୍ଞ। ଏହି ଓଁମ ବାବା ମିଛ କହୁଛନ୍ତି କି ସତ କହୁଛନ୍ତି ଯାହାର ପରିଣାମ ଓଡ଼ିଶାର ଐତିହ୍ୟ ଉପରେ ପ୍ରଭାବ ପକାଇବ। ଏହି ଭଣ୍ଡ ବାବା ମାନେ ବିଭିନ୍ନ ସ୍ଥାନ କୁ ଯାଇ ନିଜର ଛୋଟ ପ୍ରଚାର ପ୍ରସାର ପାଇଁ ଏଭଳି ମନ୍ତବ୍ୟ ଦେଇଥାନ୍ତି। ଯାହା ଟିଭି ଶୋ ରେ ମଧ୍ୟ ଏହି ଓଁମ ବାବା ସମାଲୋଚନାର ସିକାର ହୋଇଛନ୍ତି। ଏହି ଓଁମ ବାବା ଙ୍କୁ କିଛି ଓଡ଼ିଶାର ବ୍ୟକ୍ତି ବିଶେଷ ମନେ ପଇସା ଲୋଭରେ ଏଭଳି ବାବାଙ୍କୁ ପ୍ରୋତ୍ସାହନ ଦେଇଥାନ୍ତି ବୋଲି କହିଛନ୍ତି ଐତିହ୍ୟ ବିଶେଷଜ୍ଞ ଅନୀଲ ଧୀର।

ସୂଚନା ଅନୁଯାୟୀ, ଓଁମ ବାବା ଚନ୍ଦ୍ରଭାଗା କୂଳରେ ନିର୍ମାଣ କରିବା ପାଇଁ ଯାଉଛନ୍ତି ଦ୍ୱିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ରାଜ୍ୟପାଳ ଗଣେସି ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାଖ୍ୟାତ କରି ଆଲୋଚନା କରିଛନ୍ତି। ଆସନ୍ତା ଦୀପାବଳି ଠାରୁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ବାବା। ଏହି କାର୍ଯ୍ୟ ଆରମ୍ଭ ଦିନରେ ଦେଶର ବିଭିନ୍ନ ରାଜନେତା ଓ ଶିଳ୍ପପତି ମାନଙ୍କୁ ନିମନ୍ତ୍ରଣ କରିବା ସହ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଧର୍ମାବଲମ୍ବୀ ମାନେ ସାମିଲ ହେବେ।ଏହି ମନ୍ଦିର ନିର୍ମାଣ କୁ ତଦାରଖ କରିବା ପାଇଁ ରଘୁନାଥ ମହାନ୍ତି ଦାଇତ୍ୱ ନେଇଥିବା ସହ ରାଜ୍ୟ ବାହାରୁ ମନ୍ଦିର ନିର୍ମାଣ ପାଇଁ ପଥର ଅଣାଯିବ। ଯାହା ସମ୍ପର୍ଣ୍ଣ ରୁପେ ଏକ ବର୍ଷ ଭିତରେ ମନ୍ଦିର ର ନିର୍ମାଣ କାର୍ଯ୍ୟ ସରିବ ବୋଲି ଆଶା ରଖିଛନ୍ତି ବିବାଦୀୟ ବାବା ଓଁମ ବାବା।

Byte- ଅନୀଲ ଧୀର, ଐତିହ୍ୟ ବିଶେଷଜ୍ଞ।
Byte- ଓଁମ ବାବା ।

Conclusion:
Last Updated : Oct 16, 2019, 8:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.