ETV Bharat / city

କୋଭିଡକୁ ମାତ ଦେଲେ ୯୪ ବର୍ଷୀୟ ବୃଦ୍ଧ

ପୁରୀର ଜଣେ ୯୪ ବର୍ଷୀୟ ବୃଦ୍ଧ କୋଭିଡକୁ ମାତ ଦେଇ ଚର୍ଚ୍ଚାରେ ରହିଛନ୍ତି । ଅଧିକ ପଢନ୍ତୁ...

ପୁଣି କୋଭିଡକୁ ମାତ ଦେଲେ ୯୪ ବର୍ଷୀୟ ବୃଦ୍ଧ
ପୁଣି କୋଭିଡକୁ ମାତ ଦେଲେ ୯୪ ବର୍ଷୀୟ ବୃଦ୍ଧ
author img

By

Published : Jul 20, 2021, 9:29 PM IST

ଭୁବନେଶ୍ବର: କୋରୋନା ମହାମାରୀ କେତେ ପରିବାରକୁ ଉଜାଡି ଦେଇଛି । ବହୁ କମ ବୟସରେ ପ୍ରାଣ ହରାଇଛନ୍ତି ଅନେକ । ପରିବାରର ଏକମାତ୍ର ରୋଜଗାରକ୍ଷମ ବାପା କେଉଁଠି ପୁଅର ମଧ୍ୟ ଯାଇଛି ଜୀବନ । କିନ୍ତୁ ଏଠାରେ ଜଣେ ବୃଦ୍ଧ କୋରୋନାକୁ ମାତ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ପୁରୀ ଅଞ୍ଚଳର ୯୪ ବର୍ଷୀୟ ବୃଦ୍ଧ ସୁରଥ ରାଉତରାୟ ଭୁବନେଶ୍ବର ସମ ହସ୍ପିଟାଲରୁ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସମ କୋଭିଡ ହସ୍ପିଟାଲରେ ଗତ ଜୁଲାଇ ୧୩ ତାରିଖରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସୁରଥ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଅଧିକ ମାତ୍ରାରେ ଅକ୍ସିଜେନର ଆବଶ୍ୟକତା ଥିଲା । ନିଃଶ୍ବାସ ନେବାରେ ସେ କଷ୍ଟ ଅନୁଭବ କରିବା ସହ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗ ସମେତ ଅନେକ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ମଧ୍ୟ ରହିଥିଲା ।

ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ତୁରନ୍ତ ICUରେ ରଖାଯାଇ ଚିକିତ୍ସା କରାଯାଇଥିଲା । ତେବେ ସମ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟସେବା କର୍ମୀମାନଙ୍କର ସେବା, ଯତ୍ନ ଓ ଉତ୍ତମ ଚିକିତ୍ସା ଯୋଗୁଁ ସେ ଘରକୁ ଫେରିପାରିଛନ୍ତି । ସମ କୋଭିଡ ହସ୍ପିଟାଲରେ ସୁରଥଙ୍କ ଚିକିତ୍ସାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବୋହୂ ସୁଲୋଚନା ସାହୁ ।

ତାଙ୍କ ଶ୍ବଶୁରଙ୍କ ଚିକିତ୍ସା ଠିକ କରାଯାଉଥିଲା ଏବଂ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ଠିକ ଭାବେ ପରିବାରକୁ ଜଣାଇ ଦିଆଯାଉଥିଲା ବୋଲି ସେ କହିଛନ୍ତି । କୋରୋନା ମହାମାରୀର ଦ୍ବିତୀୟ ଲହରୀରେ ମଧ୍ୟ ସମ କୋଭିଡ ହସ୍ପିଟାଲରୁ ଅନେକ ବୟୋଜ୍ୟେଷ୍ଠ ସୁସ୍ଥ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.