ETV Bharat / city

ବଦଳିଲା OJEE କାର୍ଯ୍ୟସୂଚୀ, ଜାଣନ୍ତୁ MBBS ଓ BDS ନାମଲେଖା ତାରିଖ - OJEE କାର୍ଯ୍ୟସୂଚୀ

ପୁଣି ବଦଳିଲା OJEE କାର୍ଯ୍ୟସୂଚୀ। କେବେ ରହିଛି MBBS ଓ BDS ନାମଲେଖା ତାରିଖ। ଜାଣନ୍ତୁ..

ବଦଳିଲା OJEE କାର୍ଯ୍ୟସୂଚୀ , ଜାଣନ୍ତୁ MBBS ଓ BDS ନାମଲେଖା ତାରିଖ

author img

By

Published : Dec 5, 2020, 8:02 PM IST

ଭୁବନେଶ୍ବର: ମେଡିକାଲ କାଉନସେଲିଂ କମିଟିର ନିଷ୍ପତ୍ତି ପରେ MBBS ଓ BDS ପାଇଁ OJEEର କାଉନସେଲିଂ ତାରିଖ ପରିବର୍ତ୍ତନ । ସେଣ୍ଟ୍ରାଲ କାଉନସେଲିଂ କାର୍ଯ୍ୟସୂଚୀ ପରିବର୍ତ୍ତନ କରିଛି ।

ବଦଳିଲା OJEE କାର୍ଯ୍ୟସୂଚୀ , ଜାଣନ୍ତୁ MBBS ଓ BDS ନାମଲେଖା ତାରିଖ
ବଦଳିଲା OJEE କାର୍ଯ୍ୟସୂଚୀ , ଜାଣନ୍ତୁ MBBS ଓ BDS ନାମଲେଖା ତାରିଖ

OJEE କାଉନସେଲିଂ ଓ ନାମଲେଖା ତାରିଖ ବଦଳିଛି । 2020-21 ବର୍ଷ ପାଇଁ ପରିବର୍ତ୍ତିତ ତାରିଖ ଜାରି କରିଛି OJEE । ଦ୍ବିତୀୟ ପର୍ଯ୍ୟାୟ ପଞ୍ଜିକରଣ ଓ ଅନଲାଇନ୍ ଆପ୍ଲିକେସନ୍, ଡକ୍ୟୁମେଣ୍ଟ ଅପଲୋଡିଂ ଓ ଭେରିଫିକେସନ୍ ଡିସେମ୍ବର 4 ତାରିଖରୁ ଡ଼ିସେମ୍ବର 5 ତାରିଖ ପର୍ଯ୍ୟନ୍ତ କରାଯିବ । ଡିସେମ୍ବର 8 ତାରିଖ ସନ୍ଧ୍ୟା 5 ଟାରେ ପ୍ରକାଶ ପାଇବ ସଂଶୋଧିତ ରାଜ୍ୟ ମେଧା ତାଲିକା। ସେହିଦିନ ସର୍ବଭାରତୀୟ ସ୍ତରରେ କୋଟା ସିଟ୍ (ଫେରସ୍ତ) କରାଯିବ । 9 ତାରିଖରେ ଖାଲିଥିବା ସିଟ୍ ସହ ସର୍ବଭାରତୀୟ ସ୍ତରରେ ସଂରକ୍ଷିତ ସିଟ୍ ବାବଦରେ ସୂଚନା ଦିଆଯିବ । ଡିସେମ୍ବର 9 ତାରିଖ ସନ୍ଧ୍ୟା 7 ଟାରୁ ଚଏସ୍ ଫିଲିଂ ଓ ଲକିଂ ନୂଆ ପଞ୍ଜିକରଣ କରିଥିବା ପରୀକ୍ଷାର୍ଥୀ ଡିସେମ୍ବର 10 ତାରିଖରେ ଯାଏ ପଞ୍ଜିକରଣ କରିପାରିବେ । ଡିସେମ୍ବର 12 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ପ୍ରକାଶ ପାଇବା ସହ ଆଲଟମେଣ୍ଟ ଲେଟର ଡାଉନଲୋଡ୍ କରିହେବ । ଡିସେମ୍ବର 13 ତାରିଖ ରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଦେୟ ଦେଇ ପ୍ରୋଭିଜିନାଲ ଆଡମିସନ ଲେଟର ଡାଉନଲୋଡ କରିବା ସହ ନାମଲେଖା ପ୍ରକ୍ରିୟାରୁ ଓହରି ଯାଇପାରିବେ ।

ପରେ 15 ତାରିଖ ପରେ କୌଣସି ନୂତନ ପଞ୍ଜିକରଣ ଗ୍ରହଣଯୋଗ୍ୟ ହେବ ନାହିଁ । ସିଟ୍ ବଳକା ଥିଲେ ଡିସେମ୍ବର 20 ତାରିଖରେ ସ୍ପଟ୍ କାଉନସେଲିଂ ହେବ ବୋଲି OJEE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.