ETV Bharat / city

ଜୀବିତ ନାବାଳକକୁ ମୃତ ଦର୍ଶାଇବା ଘଟଣା ପଡିଲା ମହଙ୍ଗା, ପୋଲିସ ଅଧିକାରୀ ଗଣିବେ 5 ଲକ୍ଷ ଟଙ୍କା - odisha human rights commission

ଜଣେ ଜୀବିତ ନାବାଳକକୁ ମୃତ ଦର୍ଶାଇ 2 ଜଣଙ୍କୁ ଜେଲ ପଠାଇବା ଘଟଣାରେ ଏବେ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଅଧିକ ପଢନ୍ତୁ...

ଜୀବିତ ନାବାଳକକୁ ମୃତ ଦର୍ଶାଇ
ଜୀବିତ ନାବାଳକକୁ ମୃତ ଦର୍ଶାଇ
author img

By

Published : Nov 12, 2020, 8:58 PM IST

ଭୁବନେଶ୍ବର: ଜଣେ ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇ 2016 ମସିହାରେ 2 ଜଣଙ୍କୁ ଜେଲ ପଠାଇଥିଲେ ବରଗଡ ଜିଲ୍ଲାର ପାଇକମାଳ ଥାନା ଅଧିକାରୀ । ପାଇକମାଳ ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ। ନିଖୋଜ ନାବାଳକର ପରିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଜୀବିତ ନାବାଳକକୁ ମୃତ ଦର୍ଶାଇବା ଘଟଣା ପଡିଲା ମହଙ୍ଗା, ପୋଲିସ ଅଧିକାରୀ ଗଣିବେ 5 ଲକ୍ଷ ଟଙ୍କା

ପୋଲିସ ନିଖୋଜ ଥିବା ନାବାଳକକୁ ହତ୍ୟା କରାଯାଇଥିବା ତଦନ୍ତରେ ଦର୍ଶାଇ 2 ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ଦୀର୍ଘ ଦୁଇ ବର୍ଷ ପରେ ନିଖୋଜ ରହିଥିବା ଉକ୍ତ ନାବାଳକ ଜଣଙ୍କ ଘରକୁ ଫେରିଥିଲେ। ଏନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏହାକୁ ନେଇ ନିଖୋଜ ଥିବା ନାବାଳକ ଜଣଙ୍କ ଘରକୁ ଫେରିଆସିଥିବା ଦେଖି ଗିରଫ ହୋଇଥିବା 2 ଜଣ ଯୁବକଙ୍କ ପରିବାର ଏନେଇ ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ବିରୋଧରେ ମାନବାଧିକାର କମିଶନଙ୍କ ନିକଟରେ ଆଭିଯୋଗ କରିଥିଲେ ।

ତେବେ ଏହି ମାମଲାର ବିଚାର କରି ମନବାଧିକାର ଆୟୋଗ ଉକ୍ତ ମାମଲାର ତଦନ୍ତକାରୀ ପୋଲିସ ଅଫିସରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁସାରେ ଦୁଇ ଜଣଙ୍କୁ ଅଢେଇ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କୁହାଯାଇଛି । ଏହି କ୍ଷତିପୂରଣ ତଦନ୍ତକାରୀ ଅଫିସରଙ୍କଠାରୁ ଆଦାୟ କରିବାକୁ ମାନବାଧିକାର କମିଶନ ରାଜ୍ୟ ଗୃହ ବିଭାଗକୁ କହିଛନ୍ତି । ଯାହା 2 ମାସ ମଧ୍ୟରେ କ୍ଷତିପୂରଣ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.