ଭୁବନେଶ୍ବର: ସାପ କାମୁଡ଼ା ଆକ୍ରାନ୍ତଙ୍କ ଉପରେ ପାଣି ଢାଳିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ଏକ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଖୋର୍ଦ୍ଧା ଜିଲ୍ଲାପାଳ ସମେତ ଅନ୍ୟମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସାପ କାମୁଡ଼ା ଆକ୍ରାନ୍ତଙ୍କ ଉପରେ ମନ୍ଦିରରେ ପାଣି ଢାଳିବା ଘଟଣା ଚର୍ଚ୍ଚାରେ ଥିଲା । ଏହି ଘଟଣାକୁ ନେଇ ନିଜ ଆଡୁ ମାମଲା ରୁଜୁ କଲା ଓଏଚଆରସି (OHRC) । ବର୍ତ୍ତମାନ ବିଜ୍ଞାନ ବହୁତ ଆଗକୁ ବଢ଼ିଛି। ତେବେ ଲୋକମାନେ ସାପ କାମୁଡ଼ିବା ଘଟଣାରେ ଚିକିତ୍ସାରେ ଏହି ପ୍ରକାର ଅନ୍ଧବିଶ୍ବାସ ରଖୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛି ମାନବାଧିକାର ଆୟୋଗ।

ଏହି ଘଟଣାରେ ବହୁମୂଲ୍ୟ ଜୀବନ ପ୍ରତି ବିପଦ ରହିଥିବାବେଳେ ଆୟୋଗ ଏହି ମାମଲା କୁ ସୋ ମୋଟୋ ଭାବରେ ନେଇଛନ୍ତି। ତେବେ ଏହି ଘଟଣା ପ୍ରକାଶିତ ହୋଇଥିବା ଖବରକାଗଜରୁ ଆଧାର କରି ନିଜ ଆଡୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ତେବେ ଏନେଇ ସିସିଏଫ (ୱାଇଲଡ଼ ଲାଇଫ) ଏବଂ ସିଡବ୍ଲୁଏଲଡବ୍ଲ୍ୟୁ, ଜିଲ୍ଲାପାଳ ଖୋର୍ଦ୍ଧା, ବିଭାଗୀୟ ବନ ଅଧିକାରୀ ଖୋର୍ଦ୍ଧାଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ।
ଉପରୋକ୍ତ କର୍ତ୍ତୃପକ୍ଷ ମଧ୍ୟ ଏହି ପ୍ରକାର ଘଟଣାକୁ ରୋକିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ କି ପ୍ରକାରର ପଦକ୍ଷପ ନେଇଛନ୍ତି ଥାଏ ରିପୋର୍ଟରେ ଦର୍ଶାଇବେ। ଏହି ମମଲା ଆସନ୍ତା ଅଗଷ୍ଟ 27 ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ। ସୂଚନା ଅନୁଯାୟୀ, ବିଷଧର ତମ୍ପ ସାପ କାମୁଡାରେ ଗୁରୁତର ରୋଗୀଙ୍କ ଦେହରେ ପାଣି ଢାଳିବା ଭଳି ଏକ ଘଟଣା ଘଟିଥିଲା। ଜଣେ ପୂଜକ ମନ୍ଦିର ଭିତରେ ଥିବା କୂଅରୁ ପାଣି ଆଣି ଆକ୍ରାନ୍ତଙ୍କ ଉପରେ ଢାଳିଥିଲେ। ଯାହାପରେ ଆକ୍ରାନ୍ତ ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଅଣା ଯାଇଥିଲା। ସାପ କାମୁଡା ଇଞ୍ଜେକ୍ସନ ଦେଲାପରେ ରୋଗୀ ଧରେ ଧୀରେ ସୁସ୍ଥ ହୋଇଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ