ଭୁବନେଶ୍ବର: ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି ଗୁରୁଶ୍ରୀ ସମ୍ମାନ-2019 କାର୍ଯ୍ୟକ୍ରମ । ଦୁଇ ଦିନ ବ୍ୟାପି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ରବିବାର ରହିଥିଲା ଉଦ୍ଘାଟନୀ ସନ୍ଧ୍ୟା । ଏଥିରେ ଜୀବନ ବ୍ୟାପି ଓଡିଶୀ ସାଧନା ପାଇଁ ନୃତ୍ୟଶିଳ୍ପୀ ଦୀପ୍ତି ମିଶ୍ରଙ୍କୁ ଗୁରୁଶ୍ରୀ ସମ୍ମାନରେ ଆଭୂଷିତ କରାଯାଇଛି ।
ଚଳିତ ବର୍ଷ କାର୍ଯ୍ୟକ୍ରମ ନବମ ବର୍ଷରେ ପଦାର୍ପଣ କରିଥିବା ବେଳେ ଆଗାମୀ ବର୍ଷମାନଙ୍କରେ ଅନେକ ଓଡିଶୀ ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ସମ୍ମାନୀତ କରାୟିବ ବୋଲି ଆୟୋଜକ ମଣ୍ଡଳୀ ପ୍ରକାଶ କରିଛନ୍ତି । ତେବେ ପ୍ରଥମ ସନ୍ଧ୍ୟାରେ ରାଗ ମଲ୍ଲିକା ରାମାୟଣ ପ୍ରଦର୍ଶନ କରାଯାଇଥିଲା । ଏଥିସହ କାର୍ଯ୍ୟକ୍ରମରେ ଗୁରୁ ଦୁର୍ଗା ଚରଣ, ଗୁରୁ ରାମମଣି ଦାଶ ଓ ରାଜ୍ୟ ସାଂସ୍କୃତିକ ବିଭାଗ ମୁଖ୍ୟ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ