ଭୁବନେଶ୍ବର: ଛାତ୍ରକୁଳ ଏବେ ବିପଦରେ ଏହାର ପ୍ରତିବାଦ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ସହ ଶୋଭାଯାତ୍ରା କରାଯାଇଛି । ଏଥିରେ ଶତାଧିକ ଛାତ୍ର କଂଗ୍ରେସ ସଦସ୍ୟ ଯୋଗ ଦେଇଥିଲେ । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦିଆଯାଇଛି ।
ସେହିପରି ଭଦ୍ରକ କଲେଜରେ ଆଡ଼ମିସନରେ ଅନିୟମିତତା ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ରେଳବାଇରେ କେନ୍ଦ୍ର ସରକାର କୋଟିଏ ଲୋକଙ୍କୁ ଚାକିରୀ ଦେବାକୁ ପ୍ରତିଶୃତି ଦେଇଥିଲେ । ହେଲେ ସବୁ ସରକାର ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ର କଂଗ୍ରେସର ସଭାପତି ।
ଏଣୁ ତୁରନ୍ତ ଏ ଦିଗରେ ଉଭୟ ସରକାର ତଦନ୍ତ କରି ଚାକିରୀ ନ ପାଇ ସଙ୍କଟରେ ରହୁଥିବା ଛାତ୍ର ସମାଜକୁ ଚାକିରୀ ଦେବା ସହ ଆଡିମିସନ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ଦାବି କରିଛି କଂଗ୍ରେସ । ଏହାସହ ଅରୁଣ ସାହୁ ଓ ଅଶ୍ବିନୀ ବୈଷ୍ଣବଙ୍କ କୁଶପୁତ୍ତଳିକା ଦାହ କରିଥିଲା ଛାତ୍ର କଂଗ୍ରେସ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ