ETV Bharat / city

ଜାଗା ମିଶନ ପାଇଁ ଓଡିଶାକୁ ମିଳିଲା 2 ଜାତୀୟ ପୁରସ୍କାର

ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ପାଇଁ ଓଡିଶାକୁ ମିଳିଛି ଦୁଇଟି ଜାତୀୟ ସମ୍ମାନ । ଅଧିକ ପଢନ୍ତୁ...

author img

By

Published : Jan 12, 2021, 7:09 PM IST

Updated : Jan 12, 2021, 8:08 PM IST

ଜାଗା ମିଶନ ପାଇଁ ଓଡିଶାକୁ ମିଳିଲା 2 ଜାତୀୟ ପୁରସ୍କାର
ଜାଗା ମିଶନ ପାଇଁ ଓଡିଶାକୁ ମିଳିଲା 2 ଜାତୀୟ ପୁରସ୍କାର

ଭୁବନେଶ୍ବର: ଜାତୀୟସ୍ତରରେ ପୁନର୍ବାର ସମ୍ମାନିତ ହୋଇଛି ଓଡିଶା । ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ପାଇଁ ଓଡିଶାକୁ ମିଳିଛି ଦୁଇଟି ଜାତୀୟ ସମ୍ମାନ । ମଙ୍ଗଳବାର କେନ୍ଦ୍ର ଗୃହ ଓ ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଜନାଗ୍ରହ ସିଟି ଗଭର୍ଣ୍ଣାନ୍ସ ପୁରସ୍କାର ମଧ୍ୟରୁ 2ଟି ପୁରସ୍କାର ହାସଲ କରିଛି ଓଡିଶା ।

17 ଟି ରାଜ୍ୟରୁ 54 ଆବେଦନକାରୀଙ୍କ ସହ ପ୍ରତିଦ୍ବନ୍ଦିତା କରି ପାଞ୍ଚଟି ପୁରସ୍କାର ବର୍ଗ ମଧ୍ୟରୁ ଦୁଇଟିରେ ଓଡିଶା ବିଜେତା ଘୋଷିତ ହୋଇଛି । ଆଇନ ପ୍ରଣୟନ, ନୀତି ପ୍ରଣୟନ, ସହର ଏବଂ ରାଜ୍ୟରେ ସହରାଞ୍ଚଳ ବିକେନ୍ଦ୍ରୀକରଣକୁ ସଫଳତାର ସହ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ଜାଗା ମିଶନ ଅନ୍ତର୍ଗତ ଗୃହ ଏବଂ ନଗର ଉନ୍ନୟନ (H & UDD) ଏହି ପୁରସ୍କାର ଲାଭ କରିଛି ।

ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜାଗା ଯୋଗାଇବାରେ ଓଡ଼ିଶା କେବଳ ଦେଶ ନୁହେଁ, ସାରା ବିଶ୍ବରେ ଏକ ନମ୍ବର ଭାବେ ଉଭା ହୋଇଛି । ସହରାଞ୍ଚଳରେ ଥିବା ପ୍ରାୟ ୧୭ ଲକ୍ଷ ଲୋକଙ୍କୁ ସ୍ଥାୟୀ ଘର ଯୋଗାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ।

୨୦୧୮ ମେ ୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାରା ଦେଶରେ ଏହି ଯୋଜନା ପ୍ରଥମ ବୋଲି ସେତେବେଳ ବହୁତ ଚର୍ଚ୍ଚା ହୋଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jan 12, 2021, 8:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.