ETV Bharat / city

ଓଡିଶା ଉପରେ ପଡିବନି ବାତ୍ୟା ‘ନିଭାର’ ପ୍ରଭାବ

author img

By

Published : Nov 25, 2020, 8:46 PM IST

ବାତ୍ୟା ‘ନିଭାର’ ଆଉ କିଛି ଘଣ୍ଟା ପରେ ତାମିଲନାଡୁ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାକୁ ଥିବା ବେଳେ ଓଡିଶା ଉପରେ ନାହିଁ ଏହାର ପ୍ରଭାବ । ପଢନ୍ତୁ ଅଧିକ.....

ଓଡିଶା ଉପରେ ପଡିବନି ବାତ୍ୟା ‘ନିଭାର’ ପ୍ରଭାବ
ଓଡିଶା ଉପରେ ପଡିବନି ବାତ୍ୟା ‘ନିଭାର’ ପ୍ରଭାବ

ଭୁବନେଶ୍ବର: ବାତ୍ୟା ‘ନିଭାର’ ଆଉ କିଛି ଘଣ୍ଟା ମଧ୍ୟରେ ତାମିଲନାଡୁ ଓ ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାକୁ ଥିବା ବେଳେ ଏହାର ପ୍ରଭାବ ଅନୁଭୁତ ହେବା ଆରମ୍ଭ ହୋଇଗଲାଣି । କିନ୍ତୁ ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ବାସ ।

ଓଡିଶା ଉପରେ ପଡିବନି ବାତ୍ୟା ‘ନିଭାର’ ପ୍ରଭାବ

ତେବେ ତାମିଲନାଡୁ ଓ ପୁଡୁଚେରୀର ଉପକୂଳରେ ଆଜି ପ୍ରାୟ ମଧ୍ୟ ରାତ୍ରୀରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ନିଭାର । ତାମିଲନାଡୁରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଥିବା କାରଣରୁ ରାସ୍ତାଘାଟ ଜଳମଗ୍ନ ଅବସ୍ଥାରେ ରହିଛି । ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ବାତ୍ୟାର ପ୍ରଭାବର ସବୁଠାରୁ ଅଧିକ ଅନୁଭୁତ ହେବାକୁ ଥିବା ବେଳେ ଏବେ ଠାରୁ ଏହାର ପ୍ରଭାବ ଅନୁଭୁତ ହେବା ଆରମ୍ଭ ମଧ୍ୟ ହୋଇଗଲାଣି । ସେଠାରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ସରକାରଙ୍କ ପକ୍ଷରୁ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି । ଉପକୂଳ ଅଞ୍ଚଳରରେ ବିନା କୌଣସି କାରଣରେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫର ପ୍ରାୟ ୧୨୦୦ ଉଦ୍ଧାରକାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ୮୦୦ ପ୍ରଶିକ୍ଷିତ ଉଦ୍ଧାରକାରୀଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଏହା ସହିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ ବାତ୍ୟା ପ୍ରଭାବରେ ତାମିଲନାଡୁ, ପୁଡୁଚେରୀ ଓ କରାଇକଲର ଅଧିକାଂଶ ଅଂଶରେ ବର୍ଷା ଆରମ୍ଭ ହୋଇ ହୋଇଥିବା ସୂଚନା ରହିଛି ।

କୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏନଡିଆରଏଫ, ତଟରକ୍ଷୀ ବାହିନୀ, ଦମକଳ ବିଭାଗ ସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ କର୍ମଚାରୀଙ୍କ ମୁତୟନ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ।ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ,ହେଲେ ଦକ୍ଷିଣ ଓଡିଶାରେ କିଛି ସ୍ଥାନରେ ବର୍ଷା ହେବ । ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ ସ୍ବଳ୍ପ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.