ETV Bharat / city

ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ପାଇବାକୁ ଋଣ କରିବ ଓଡିଶା - ଜିଏସଟି କ୍ଷତିପୂରଣ ବାବଦ ଅର୍ଥ

କୋରୋନା କାଳରେ ସଙ୍କଟରେ ରାଜ୍ୟ ଅର୍ଥନୀତି । ଦୁର୍ବଳ ଅର୍ଥନିତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଏବେ ଋଣ ଭରସା । ଜିଏସଟି କ୍ଷତି ପୂରଣ ବାବଦରେ ଅର୍ଥ କେନ୍ଦ୍ର ଦେବା ପରିବର୍ତ୍ତେ ରାଜ୍ୟକୁ ଋଣ କରିବାକୁ ପଡିବ । ତେବେ ଏହି ଋଣ ରାଜ୍ୟ ଖାତାରେ ପଡିବ ନାହିଁ ବରଂ କେନ୍ଦ୍ରର ସେସ୍ ଅର୍ଥରୁ ଋଣ ପରିଶୋଧ ହେବ । ଅଧିକ ଖବର ପଢନ୍ତୁ...

ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ପାଇବାକୁ ଋଣ କରିବ ଓଡିଶା

author img

By

Published : Oct 14, 2020, 9:03 PM IST

ଭୁବନେଶ୍ବର: ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ପାଇବାକୁ ଓଡିଶା ଋଣ କରିବ । ଖୋଲା ବଜାରରୁ ୨୮୫୮କୋଟି ଟଙ୍କା ଋଣ କରିବେ ରାଜ୍ୟ ସରକାର । କୋଭିଡ ୧୯ ମହାମାରୀ ପ୍ରଭାବରେ କେନ୍ଦ୍ର ସରକାର ରାଜ୍ୟକୁ ଜିଏସଟି କ୍ଷତିପୂରଣ ଦେବାକୁ ଅସମର୍ଥ ହେବାରୁ ଖୋଲା ବଜାରରୁ ଋଣ କରିବା ପାଇଁ ରାଜ୍ୟ ଗୁଡିକୁ ପରାମର୍ଶ ଦେଇଥିଲେ । ଓଡିଶା ସମେତ ୨୦ଟି ରାଜ୍ୟ ଏଥିରେ ରାଜି ହୋଇଥିବା ବେଳେ ଏଥିପାଇଁ ୬୮୮୨୫କୋଟି ଟଙ୍କା ଋଣ ପାଇଁ ଅନୁମତି ଦେଇଛି ଅର୍ଥମନ୍ତ୍ରଣାଳୟ । ଏଥିରୁ ଓ଼ଡିଶାର ଭାଗ ହେଉଛି ୨୮୫୮ କୋଟି ଟଙ୍କା ।

ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ପାଇବାକୁ ଋଣ କରିବ ଓଡିଶା

ରାଜ୍ୟ ଗୁଡିକ ନିଜ ରାଜ୍ୟର ମୋଟ ଜିଏସଡିପିର ୦.୫ ପ୍ରତିଶତ ମୂଲ୍ୟର ଋଣ ଆଣିବାର ପ୍ରାବଧାନ ରହିଛି । ଅବଶ୍ୟ ଏହି ଋଣ ରାଜ୍. ସରକାରଙ୍କ ଖାତାରେ ଚଢିବ ନାହିଁ । କେନ୍ଦ୍ର ସରକାର ଏଥିରେ ଗ୍ୟାରେଣ୍ଟର ରହିବା ସହ କେନ୍ଦ୍ର ଠାରୁ ସେସ ବାବଦ ରାଶୀ ମିଳିବା ପରେ ରାଜ୍ୟ ଗୁଡିକ ଏହାର ପରିଶୋଧ କରିବେ । ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି କେବେ ଅଣାଯିବ ଏବଂ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ, ଚାଲିଛି ବିଚାର ବିମର୍ଶ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.