ଭୁବନେଶ୍ବର: ବ୍ରାଉନସୁଗାର ବେପାରୀଙ୍କ ହବ୍ ଉପରେ STFର ଆଖି । ମୁର୍ଶିଦାବାଦରେ ଏଣ୍ଟ୍ରି ମାରିଲା ଓଡିଶା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ। ବ୍ରାଉନସୁଗାର ନେଟୱାର୍କର ଓଡିଶା ସପ୍ଲାୟରଙ୍କ ପାଖରେ ପହଞ୍ଚିଛି ପୋଲିସ ।
ବ୍ରାଉନସୁଗାର ମାଫିଆଙ୍କ ଘରେ ରେଡ୍ କରିଛି ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ । ଆନ୍ତଃରାଜ୍ୟ ବ୍ରାଉନସୁଗାର ସପ୍ଲାଏ ଲିଙ୍କ୍ରେ ମୁର୍ଶିଦାବାଦ ଚମକପୁରରେ ରେଡ୍ । ଲାଲଗୋଲାର ବ୍ରାଉନସୁଗାର(brown sugar) ବ୍ୟବସାୟୀ ଇସ୍ମାଇଲ ଏସ କେଙ୍କ ଘରେ ରେଡ୍ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ପୋଲିସ(West Bengal police) ସହ ରେଡ୍ ବେଳେ ଖସିଗଲା ଅଭିଯୁକ୍ତ। ମାତ୍ର ତା ଘରୁ ଜବତ ହୋଇଛି ୩୯ଲକ୍ଷ ଟଙ୍କାର ୩୯୦ଗ୍ରାମର ବ୍ରାଉନସୁଗାର ।
ଏହାମଧ୍ୟ ପଢନ୍ତୁ: ଦୂର ହେବ ପୋଲିସ ପରିବାରଙ୍କ ସମସ୍ୟା, ୫୦୪ କ୍ବାର୍ଟର ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ଏମାନେ ଓଡିଶାକୁ ସପ୍ଲାଏ କରୁଥିଲେ ବ୍ରାଉନସୁଗାର। ବିଭିନ୍ନ ସମୟରେ ନିଜେ ମଧ୍ୟ ଆସି ଓଡିଶାରେ ଡେଲିଭରି ଦେଉଥିଲେ । ତେବେ ଏମାନଙ୍କ ସୋର୍ସକୁ ଆଧାର କରି STF ହାତରେ ଲାଗିଥିଲା ସୁରାକ । ଯାହାକୁ ଆଧାରକରି ଏକ କେସ୍ର ଲିଙ୍କରେ ଇସ୍ମାଇଲର ସୁରାକ ପାଇଥିଲା ଏସଟିଏଫ।
ତେବେ ବ୍ରାଉନସୁଗାର ଚେନ୍ ଭାଙ୍ଗିବାକୁ STF ଚେଷ୍ଟା ଚଳାଇଥିବାବେଳେ, ସପ୍ଲାୟ ଚେନ୍ କେଉଁଠୁ ଆରମ୍ଭ ହୋଇଛି ସେଠାରେ ପହଞ୍ଚିବାକୁ ଟାର୍ଗେଟ ରଖିଛି ଏସଟିଏଫ ଟିମ । ବ୍ରାଉନସୁଗାର ମାଫିଆଙ୍କ ଘରେ ରେଡ୍ ପରେ ବ୍ରାଉନସୁଗାର ବେପାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଆରମ୍ଭ କରିଛି STF ଟିମ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ