ETV Bharat / city

ଆଗାମୀ 5 ଦିନ ପରେ ଖସିବ ପାରଦ, ବଢିବ ଶୀତ

author img

By

Published : Dec 31, 2020, 8:50 PM IST

ନୂଆବର୍ଷରେ ଶୀତରେ ଥରିବେ ରାଜ୍ୟବାସୀ । ଆଗାମୀ 5 ଦିନ ପରେ ପାରଦ ହ୍ରାସ ପାଇ ଶୀତର ପ୍ରବାହ ଅଧିକ ଅନୁଭୂତ ହେବ ବୋଲି ଆଞ୍ଚଳିକ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆଗାମୀ 5 ଦିନ ପରେ ଖସିବ ପାରଦ ବଢିବ ଶୀତ
ଆଗାମୀ 5 ଦିନ ପରେ ଖସିବ ପାରଦ ବଢିବ ଶୀତ

ଭୁବନେଶ୍ବର: ନୂଆବର୍ଷରେ ରାଜ୍ୟବାସୀଙ୍କୁ ଅନୁଭୂତ ହେବ ହାଡଭଙ୍ଗା ଶୀତ । ଆଗାମୀ 5 ଦିନ ଧରି ପାଗ ଶୁଖିଲା ରହିବା ପରେ ଆସନ୍ତା 2 ରୁ 3 ଦିନ ଧରି ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ । ସର୍ବନିମ୍ନ ରାତ୍ରି ତାପମାତ୍ରା ୨ ରୁ ୪ ଡିଗ୍ରୀ ଖସିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ଆଗାମୀ 5 ଦିନ ପରେ ଖସିବ ପାରଦ ବଢିବ ଶୀତ

ତେବେ ଆସନ୍ତା ୨୪ ଘଣ୍ଟା ଶୁକ୍ରବାର ମଧ୍ୟରେ ରାଜ୍ୟରେ ତାପମାତ୍ରା ଖସିବା ସହିତ ସୁନ୍ଦରଗଡ଼, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, କନ୍ଧମାଳ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖା ଦେବ।
ଗତ 24 ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ, ବାରିପଦାରେ ୧୦.୫, ସୁନ୍ଦରଗଡ଼ରେ ୧୦.୫, ଦାରିଙ୍ଗିବାଡିରେ ୯.୫, ଝାରସୁଗୁଡାରେ ୧୨.୬, ଭୁବନେଶ୍ୱରରେ ୧୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.