ଭୁବନେଶ୍ବର: ଆସୁଛି ବାତ୍ୟା ‘ନିଭାର’ । ଆସନ୍ତା 24 ଘଣ୍ଟା ମଧ୍ୟରେ ନେବ ସାଇକ୍ଲୋନିକ ଷ୍ଟର୍ମର ରୂପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଏହି ଅବପାତ, ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାପରେ ଉତ୍ତର ପଶ୍ଚିମ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି ।
ତେବେ ଓଡିଶା ଉପରେ ଏହାର ସିଧା ପ୍ରଭାବ ପଡିବ ନାହିଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ । ଏହା ଆସନ୍ତା 25 ତାରିଖ ମଧ୍ୟାହ୍ନରେ ଭୀଷଣ ବାତ୍ୟା ହେବାର ସମ୍ଭାବନା ରହିଛି । ପ୍ରଭାବରେ 25 ତାରିଖରୁ ଦକ୍ଷିଣ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବ ।
ସେହିପରି 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିବ । 25 ତାରିଖରେ ମାଲକାନଗିରି, ରାୟଗଡା, ଗଜପତି, କୋରାପୁଟ, ଗଞ୍ଜାମ, କନ୍ଧମାଳରେ ସଳ୍ପରୁ ମଧ୍ୟମଧରଣର ବର୍ଷା ହେବ । 26 ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି ।
ଏଥିପାଇଁ 25 ତାରିଖ ଯାଏଁ ଗଭୀର ସମୁଦ୍ର ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି । ସୂଚନାଥାଉକି, 25 ତାରିଖ ମଧ୍ୟାହ୍ନରେ ବାତ୍ୟା ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ-ମାମଳାପୁରମ ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି । ଏହି ସମୟରେ 100 ରୁ 110 କିମି ବେଗରେ ପବନ ବୋଲି ପୂର୍ବାନୁମାନ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ