ETV Bharat / city

ପୁଣି ଅଦିନଆ ବର୍ଷା ସମ୍ଭାବନା, ଚାଷୀଙ୍କୁ ସତର୍କ

ପୁଣି ଅଦିନଆ ବର୍ଷା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି । ଅଧିକ ପଢନ୍ତୁ

author img

By

Published : Jan 20, 2022, 6:32 PM IST

Updated : Jan 20, 2022, 6:56 PM IST

ପୁଣି ଅଦିନଆ ବର୍ଷା ସମ୍ଭାବନା, ଚାଷୀଙ୍କୁ ସତର୍କ
ପୁଣି ଅଦିନଆ ବର୍ଷା ସମ୍ଭାବନା, ଚାଷୀଙ୍କୁ ସତର୍କ

ଭୁବନେଶ୍ବର: ପୁଣି ଅଦିନଆ ବର୍ଷା ନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ ବିଭାଗ । ଚାଷୀଙ୍କୁ ସତର୍କ ସୂଚନା ଜାରି । ରାଜ୍ୟରେ ଆଜି(ଗୁରୁବାର)ଠାରୁ ଆଗାମୀ ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଫଳରେ ଶୀତର ପ୍ରକୋପ ହ୍ରାସ ପାଇବ । ତେବେ ପଶ୍ଚିମା-ଝଡ ପ୍ରଭାବରେ ଆସନ୍ତାକାଲି(ଶୁକ୍ରବାର) ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ ବିଭାଗ । ଏହି ସମୟରେ ସାମାନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ହେତୁ ଅମଳଧାନକୁ ବାହାରେ ନରଖି ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ଆସନ୍ତା ୩ରୁ ୪ଦିନ ମଧ୍ୟରେ ରବି ଜାତୀୟ ଫସଲ ବୁଣାବୁଣି ଶେଷ କରିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ହାଲୁକା କୁହୁଡି ସମ୍ଭାବନା ରହିଛି । ସେପଟେ ୨୩ ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jan 20, 2022, 6:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.