ETV Bharat / city

ଆସନ୍ତା 4-5 ଦିନରେ ଓଡିଶାରେ କମିବ ବର୍ଷାର ପରିମାଣ - ଆସନ୍ତା 4/5 ଦିନରେ ଓଡିଶାରେ କମିବ ବର୍ଷାର ପରିମାଣ

ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Odisha weather update by imd
ଆସନ୍ତା 4/5 ଦିନରେ ଓଡିଶାରେ କମିବ ବର୍ଷାର ପରିମାଣ
author img

By

Published : Jun 23, 2020, 8:20 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା 4/5 ଦିନରେ ଓଡିଶାରେ କମିବ ବର୍ଷାର ପରିମାଣ

ସେହିପରି ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ ୧ ରୁ ଜୁନ ୨୩ ତାରିଖ ମଧ୍ୟରେ ଓଡ଼ିଶାରେ ୧୪୬.୮ ମିମି ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଯାହା ଏହି ସମୟ ପରିଧି ମଧ୍ୟରେ ସ୍ବାଭାବିକ ବର୍ଷା ୨୦୩ ମିମି ଠାରୁ ଅଧିକ । ୨୩ ଜୁନ ସୁଦ୍ଧା ୧୦ ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ ହୋଇଛି। ୧୦ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ୬ ଜିଲ୍ଲାର ଅଳ୍ପ ବହୁତ ବର୍ଷା ରେକର୍ଡ କରାଯାଇଛି। ସେହିପରି ୨୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି।

Odisha weather update by imd
ଆସନ୍ତା 4/5 ଦିନରେ ଓଡିଶାରେ କମିବ ବର୍ଷାର ପରିମାଣ

୨୦ ପ୍ରତିଶତରୁ କମ ବର୍ଷା ଖୋର୍ଦ୍ଧା, ଯାଜପୁର, ପୁରୀ, କେନ୍ଦ୍ରାପଡାରେ ରେକର୍ଡ ହୋଇଛି। ଝାରସୁଗୁଡା ରେ ୩୮୭.୧ ମିମି ଅଧିକ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଉପକୂଳ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ବରଗଡ଼ ଜିଲ୍ଲାର ପାଇକମାଳରେ ସର୍ବାଧିକ ୬୭.୦ ମିମି ବର୍ଷା ହେବା ସହ ବରଗଡ଼ ଜିଲ୍ଲାର ଝାରବନ୍ଧରେ ୫୫.୦ ମିମି, ନବରଙ୍ଗପୁର ଜିଲ୍ଲାର ରାଇଘରରେ ୪୧.୦ ମିମି, ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ ୪୦.୮ ମିମି ବର୍ଷା ରେକର୍ଡ କରାଯାଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୫.୮ ଡିଗ୍ରୀ ଓ ସର୍ବନିମ୍ନ ୨୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.