ଭୁବନେଶ୍ବର: ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-2020 ପ୍ରସଙ୍ଗ। ରାଜ୍ୟପାଳଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କଲେ ବହୁ ଶିକ୍ଷାବିତ ଓ ପୂର୍ବତନ କୁଳପତି। ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ଉପରେ ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ଲଗାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ପଦକ୍ଷେପ ପରେ ରାଜ୍ୟପାଳଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କଲେ ବହୁ ଶିକ୍ଷାବିତ ଓ ପୂର୍ବତନ କୁଳପତି।
ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସି ଉଲ୍ଲଂଘନ କରିଥିବା ଚିଠି ଲେଖି ତାଗିଦ କରିଛି ୟୁଜିସି । ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦ ଉପରେ ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ଲଗାଇବା ଘଟଣା। ରାଜ୍ୟପାଳଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କଲେ ବହୁ ଶିକ୍ଷାବିତ ଓ ପୂର୍ବତନ କୁଳପତି। ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସି ଉଲ୍ଲଂଘନ କରିଥିବା ଚିଠି ଲେଖି ତାଗିଦ କରିଛି ୟୁଜିସି। ୯୦ ଦିନ ପାଇଁ ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ ।
ଏହାସହ ୪ ସପ୍ତାହରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାବିତଙ୍କ ଅଭିଯୋଗ ଥିଲା, ଅଧିନିୟମ ବିଶ୍ବବିଦ୍ୟାଳୟର ସ୍ବାୟତତ୍ତାକୁ ନଷ୍ଟ କରୁଥିଲା । ୟୁଜିସି ଗାଇଡ ଲାଇନର ବିରୋଧାଚରଣ କରୁଥିଲା । ଏହା ଆଇନସଙ୍ଗତ ହୋଇ ନ ଥିବା ହୃଦୟଙ୍ଗମ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ରାଜ୍ୟ ସରକାର ବିଶ୍ବବିଦ୍ୟାଳୟର ସ୍ବାୟତତ୍ତା ଉପରେ ହସ୍ତକ୍ଷେପ କରିଥିବା ଅଭିଯୋଗ ଆସୁଥିଲା । ଭିସି ଚୟନ ପାଇଁ ୟୁଜିସି ଗାଇଡଲାଇନ ଆଧାରରେ ସର୍ଚ୍ଚ କମିଟି, ଚୟନ କମିଟି ବଦଳରେ ଭିସି ନିଯୁକ୍ତିରେ ରାଜ୍ୟ ସରକାରଙ୍କର ଭୂମିକାକୁ ଏହି ଅଧିନରେ ଶକ୍ତିଶାଳୀ କରାଯାଇଥିଲା ।
ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଏକାଡେମିକ ପଦ ପୂରଣ ପାଇଁ କୁଳପତି ଏବଂ ୟୁଜିସି ଗାଇଡ ଲାଇନ ଆଧାରରେ ଚୟନ କମିଟି ବଦଳରେ ଓଡିଶା ପବ୍ଲିକ ସର୍ଭିସ କମିଶନ ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବାର ଆଇନରେ ବ୍ୟବସ୍ଥା କରାଯାଇଥିଲା । ବିଶ୍ବବିଦ୍ୟାଳୟର ସ୍ବାୟତତ୍ତା ପାଇଁ ଓ ନିର୍ଣ୍ଣୟ ପ୍ରକ୍ରିୟାରେ ସିନେଟ ସିଣ୍ଡିକେଟ ଭଳି ସ୍ବାୟତ୍ତ ବ୍ୟବସ୍ଥା ବଦଳରେ ରାଜ୍ୟ ସରକାରଙ୍କ ଅଧିକାରକୁ ବିଶ୍ବବିଦ୍ୟାଳୟ ଉପରେ ଲଦି ଦେବାର ଆଇନର ବ୍ୟବସ୍ଥା ରହିଥିବା ଅଭିଯୋଗ ଆଣୁଥିଲେ ବିରୋଧୀ ।ଆଜି ରାଜ୍ୟର ବହୁ ବରିଷ୍ଠ ଶିକ୍ଷା ବିତ ରାଜ୍ୟପାଳଙ୍କୁ ଭେଟି ଘଟଣାରେ ଆକର୍ଷଣ କରିଛନ୍ତି।
ଭୁବନେଶ୍ୱର, ଇଟିଭି ଭାରତ