ଭୁବନେଶ୍ବର: ସରକାରୀ ଟିକା କେନ୍ଦ୍ରରେ ନେଇପାରିବେ ମାଗଣା ଟିକା । ମେ 1 ତାରିଖ ପୂର୍ବରୁ ଟିକା ନେଇଥିବା ବ୍ୟକ୍ତି ନେଇପାରିବେ ଦ୍ବିତୀୟ ଡୋଜ । ଏଥିସହ ବେସସରକାରୀ ଟିକା କେନ୍ଦ୍ରରେ ନେଇପାରିବେ ଧାର୍ଯ୍ୟ ଦରରେ ଟିକା । ଏ ନେଇ ସ୍ବାସ୍ଥ୍ୟ ବିଭାଗର ଜିଲ୍ଲାପାଳ ଓ ମହାନଗର କମିଶନଙ୍କୁ ଚିଠି ଦେଇଛନ୍ତି ।
ମେ 1 ତାରିଖରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । 18 ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକାକରଣ ପାଇଁ ଏହି ପର୍ଯ୍ୟାୟରେ ଯୋଗ୍ୟ ଅଟନ୍ତି । ଏଥିପାଇଁ ବେସରକାରୀ ଟିକାକେନ୍ଦ୍ରରେ ଧାର୍ଯ୍ୟ ଦରରେ ନେଇପାରିବେ ଟିକା । ତେବେ ଏହି ଦର ଧାର୍ଯ୍ୟ କରିବେ ସମ୍ପୃକ୍ତ ଟିକାକେନ୍ଦ୍ର । ଏନେଇ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଯେଉଁମାନେ ମେ 1 ତାରିଖ ପୂର୍ବରୁ ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରଥମ ଡୋଜ ଟିକା ନେଇଥିଲେ ସେମାନେ ସରକାରୀ ସ୍ତରରେ ଦ୍ବିତୀୟ ଡୋଜ ପାଇପାରିବେ । ଏନେଇ ସମସ୍ତ ଜିଲ୍ଲାପାଳ ମହାନଗର କମିଶନ ଏବଂ ସମସ୍ତ ସିଡିଏମ ଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ।
ଭୁବେନଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ