ETV Bharat / city

ଓଡିଶା ସରକାରଙ୍କ ବଡ ଘୋଷଣା: 1 ଟଙ୍କାରେ ମିଳିବ ମାଣ୍ଡିଆ - shop

ସରକାର ସୋମବାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଏହି ନିଷ୍ପତି ଅନୁସାରେ ରାଜ୍ୟସରକାର ୧ ଟଙ୍କାରେ ମାଣ୍ଡିଆ ଯୋଗାଇ ଦେବେ ।

ଡିଜାଇନ ଫଟୋ
author img

By

Published : Jun 10, 2019, 11:55 PM IST

ଭୁବନେଶ୍ବର: ଓଡିଶା ସରକାର ସୋମବାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଏହି ନିଷ୍ପତି ଅନୁସାରେ ରାଜ୍ୟ ସରକାର ୧ ଟଙ୍କାରେ ମାଣ୍ଡିଆ ଦେବେ । ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍) ମାଧ୍ୟମରେ ଓ ରାଜ୍ୟରେ ପୋଷଣ କ୍ଷୟରେ ଉନ୍ନତି କରିବା ଲକ୍ଷ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ ।

ଏହି ନିଷ୍ପତି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରଦାନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସୋମବାର କୃଷି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି । ପିଡିଏସ୍‍ ଖାତାଧାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ । ରାଜ୍ୟରେ ଜୁଲାଇ ମାସରୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡ଼ା ଏବଂ ରାୟଗଡ଼ା ଜିଲ୍ଲାରେ ପ୍ରାରମ୍ଭିକ ଭାବେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତି ନିଆଯାଇଛି ।

କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ମୁତାବକ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରଥମେ 17500 କ୍ବିଣ୍ଟାଲ ମାଣ୍ଡିଆ ବଣ୍ଟନ କରାଯିବ । ଯୋଜନାନୁସାରେ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଲଘୁ ଶସ୍ୟ ମିଶନ ଜରିଆରେ ମାଣ୍ଡିଆ କ୍ରୟ କରିବେ । ଏହା ସହ ବୈଠକରେ ଚଳିତ ଖରିପ ଋତୁରେ କ୍ବିଣ୍ଟାଲ ପିଛା 2897 ଟଙ୍କାରେ ଚାଷୀଙ୍କ ଠାରୁ 100000 କ୍ବିଣ୍ଟାଲ ମାଣ୍ଡିଆ କ୍ରୟ କରାଯିବା ଲକ୍ଷ୍ୟ ରଖାଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.