ETV Bharat / city

ଡିସେମ୍ବର ୨୪ରୁ ଭୁବନେଶ୍ୱରରେ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା

author img

By

Published : Nov 3, 2021, 11:03 AM IST

Updated : Nov 3, 2021, 11:24 AM IST

ଆସନ୍ତା ଡିସେମ୍ବର ୨୪ରୁ ୨୬ ଯାଏଁ ଭୁବନେଶ୍ବରରେ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହେବ । ଅଧିକ ପଢନ୍ତୁ...

ଡିସେମ୍ବର ୨୪ରୁ ଭୁବନେଶ୍ୱରରେ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା
ଡିସେମ୍ବର ୨୪ରୁ ଭୁବନେଶ୍ୱରରେ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୪ରୁ ୨୬ ଯାଏଁ ଭୁବନେଶ୍ବରରେ ୪ର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହେବ । ଓଡିଶା ପାରା କ୍ରୀଡା ସଂଘ ଏବଂ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ମିଳିତ ଆନୁକୁଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେବ । ଏନେଇ ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୪୦୦ଶହ ଖେଳାଳି ଏହି ପ୍ରତିଯୋଗିତାରେ ଅଶଂ ଗ୍ରହଣ କରିବେ । ଏହା ଓଡିଶାକୁ କ୍ରୀଡା କ୍ଷେତ୍ରରେ ଆହୁରି ସୃଦୁଢ କରିବ । ଏହା ସହିତ ପାରା ଆଥଲେଟଙ୍କୁ କ୍ରୀଡାରେ ଅଧିକରୁ ଅଧିକ ସାମିଲ କରିବାକୁ ଏହା ପ୍ରେରଣା ଯୋଗାଇବ । ଏହି ପ୍ରତିଯୋଗିତାର ବାର୍ତ୍ତା ରହିଛି,’Lets Rally Together ଅର୍ଥାତ ଏକାଠି ଆଗକୁ ବଢିବା’।

ପାରା ଅଲମ୍ପିକ କମିଟି ଅଫ ଇଣ୍ଡିଆ ଏବଂ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ ସହ ଉଡାନ ବ୍ୟାଡମିଣ୍ଟନ ଏକାଡେମୀ ଏବଂ କେସି ମେମୋରିଆଲ ଟ୍ରଷ୍ଟର ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ ହେବ। ଏଥିରେ ଆୟୋଜିତ ହେବାକୁ ଥିବା ମ୍ୟାଚଗୁଡିକ ପୂର୍ବତଟ ଇଣ୍ଡୋର ଷ୍ଟାଡିଅମ ଓ ଉଡାନ ଏକାଡେମୀରେ ଖେଳାଯିବ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Nov 3, 2021, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.