ଭୁବନେଶ୍ବର: ଏଣିକି ଅନଲାଇନରେ ହେବ ଶିକ୍ଷକ ବଦଳି। ଆସନ୍ତା ଏପ୍ରିଲ ୨ରୁ ଏହା କାର୍ଯ୍ୟକ୍ଷମ ହେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ। ପୋର୍ଟାଲ ଶୁଭାରମ୍ଭ ହେବା ପୂର୍ବରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମଗ୍ର ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆସନ୍ତାକାଲି ଭିଡ଼ିଓ କନଫରେସିଂଡକାଯାଇଛି।
ବ୍ୟବସ୍ଥାକୁ ଅଧିକ ସହଜ ଓ ସରଳ କରିବା ପାଇଁ ବିଭାଗ ତରଫରୁ ଏକ ଗାଇଡ଼ବୁକ ପ୍ରସ୍ତୁତ କରାଯାଇଛି। ଯୋଗ୍ୟତା ମାପଦଣ୍ଡ ଅନୁସାରେ ଶିକ୍ଷକ ମାନଙ୍କୁ ବିଭିନ୍ନ ବର୍ଗରେ ରଖାଯାଇଛି। ଏଲିମେଣ୍ଟାରୀ, ସେକେଣ୍ଡାରୀ, ନିୟମିତ ଓ ଠିକା ଶିକ୍ଷକ ଭଳି ବର୍ଗ ରହିଛି। କେଉଁ କାରଣ ପାଇଁ ଶିକ୍ଷକ ବଦଳି ଚାହୁଁଛନ୍ତି ତାର ୯ଟି ମାପଦଣ୍ଡ ଧାର୍ଯ୍ୟ କରାଯାଇଛି। ପୁରା ପ୍ରକ୍ରିୟାକୁ ନିୟମିତ ଟ୍ରାକିଂ କରାଯିବ। ଏଠିରେ ସ୍ୱଚ୍ଛତା ରହିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ