ETV Bharat / city

୨ ଦଫା ଦାବି ନେଇ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସାମ୍ବାଦିକ ସମିଳନୀ - ସାମ୍ବାଦିକ ସମିଳନୀ

୨ ଦଫା ଦାବି ନେଇ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସାମ୍ବାଦିକ ସମିଳନୀ । ବେସରକାରୀ ଅଧ୍ୟାପକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି ସଂଘ । ଅଧିକ ପଢନ୍ତୁ...

୨ ଦଫା ଦାବି ନେଇ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସାମ୍ବାଦିକ ସମିଳନୀ

author img

By

Published : Aug 8, 2021, 10:39 AM IST

ଭୁବନେଶ୍ବର: ୨ ଦଫା ଦାବି ନେଇ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସାମ୍ବାଦିକ ସମିଳନୀ । ବେସରକାରୀ ଅଧ୍ୟାପକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି ସଂଘ । କାରଣ ୨୦୦୮ ଜୁନ ୧ ତାରିଖରୁ ୨୦୧୩ ମସିହା ନଭେମ୍ବର ୩୦ ତାରିଖ ଯାଏ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାର ଏ ପର୍ଯ୍ୟନ୍ତ ଅନୁଦାନ ପରିସର ଭୁକ୍ତ କରିନାହାନ୍ତି ।

୨ ଦଫା ଦାବି ନେଇ ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘର ସାମ୍ବାଦିକ ସମିଳନୀ

ଖାଲି ସେତିକି ନୁହେଁ, କୋରୋନା ମହାମାରୀ ଯୋଗୁଁ ବହୁ ପ୍ରାଇଭେଟ ଅଧ୍ୟାପକ ଜୀବିକା ହରାଉଛନ୍ତି ଏବଂ କିଛି ଆତ୍ମହତ୍ୟା ମଧ୍ୟ କରିଛନ୍ତି । ଏହାକୁ ନେଇ ପ୍ରାଇଭେଟ କଲେଜର ଅଧ୍ୟାପକ ଦୁର୍ଦିନରେ ଦିନ କାଟୁଛନ୍ତି । ତେଣୁ ସେମାନଙ୍କ ଜୀବନ ଓ ଜୀବିକା ସୁରକ୍ଷାକୁ ନେଇ ସରକାର ସେମାନଙ୍କ ଦାବି ଦିଗରେ ନିଷ୍ପତ୍ତି ନିଅନ୍ତୁ ବୋଲି ସଂଘ ଅନୁରୋଧ କରିଛି ।

ଅନ୍ୟପଟେ ୨୦୦୮ ଜୁନ ୨ ତାରିଖରୁ ୨୦୧୩ ମସିହା ନଭେମ୍ବର ୩୦ ତାରିଖ ଯାଏ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁଦାନ ପରିସର ଭୁକ୍ତ କରାଯାଉ ଏବଂ ଏହା ପରଠାରୁ ଯେଉଁମାନେ ନିଯୁକ୍ତି ପାଇଛନ୍ତି ତାହା ବିଚାର କରାଯାଉ । ଯଦି ସେପ୍ଟେମ୍ବର ୧ ସୁଦ୍ଧା ସେମାନଙ୍କ ଦାବି କାର୍ଯ୍ୟକାରୀ ନହୁଏ, ତେବେ ୩୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି କର୍ମଚାରୀ ସଙ୍ଘ ପକ୍ଷରୁ କୁହାଯାଇଛି । ତଥାପି ଯଦି ସୁଫଳ ନମିଳେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ଭୁବନେଶ୍ୱରର ସଭାପତି ବିଶ୍ୱ ରଞ୍ଜନ ଦାସ ଆମରଣ ଅନସନରେ ବସିବେ ବୋଲି ମତ ରଖିଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.