ETV Bharat / city

କ୍ୟାବିନେଟ ବୈଠକ ଶେଷ, 18 ପ୍ରସ୍ତାବ ଉପରେ ଲାଗିଲା ମୋହର - navin pattnaik

ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ 18 ପ୍ରସ୍ତାବ ଉପରେ ମହୋର ଲାଗିଥିବା ନେଇ ସୂଚନା ମିଳିଛି । ଏହି ବୈଠକରେ ଗ୍ରୀଡକୋକୁ 2600 କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ମିଳିଛି । ଅଧିକ ପଢ଼ନ୍ତୁ...

କ୍ୟାବିନେଟ ବୈଠକ ଶେଷ, 18 ପ୍ରସ୍ତାବ ଉପରେ ଲାଗିଲା ମୋହର

author img

By

Published : Nov 12, 2020, 9:10 PM IST

Updated : Nov 12, 2020, 9:28 PM IST

ଭୁବନେଶ୍ବର: ଆଜି (ଗୁରୁବାର) ଅପରାହ୍ଣ 5ଟାରେ ରାଜ୍ୟର କ୍ୟାବିନେଟ ବୈଠକ ବସିଥିଲା । କ୍ୟାବିନେଟ ବୈଠକରେ ମୋଟ 18 ପ୍ରସ୍ତାବ ଉପରେ ମହୋର ଲାଗିଥିବା ନେଇ ସୂଚନା ମିଳିଛି । ଏହି ବୈଠକରେ ଗ୍ରୀଡକୋକୁ 2600 କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ମିଳିଛି । ସେହିଭଳି 2020-21 ବର୍ଷରେ 48 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ ଧାର୍ଯ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଇଥିଲେ।

କ୍ୟାବିନେଟ ବୈଠକ ଶେଷ, 18 ପ୍ରସ୍ତାବ ଉପରେ ଲାଗିଲା ମୋହର

ଏହାସହ ମହାମାରୀ କୃଷକଙ୍କୁ ସୁବିଧା ଦେବାକୁ ଅଧିନିୟମକୁ ମଧ୍ୟ ଅନୁମୋଦନ କରାଯାଇଛି । କୃଷି ଉତ୍ପାଦନ ଓ ପଶୁପାଳନ ମାର୍କେଟିଂ ଅଧିନିୟମକୁ ମଞ୍ଜୁରୀ ମିଳିଛି । ଏହସହ କୋଭିଡ ମହାମାରୀ ଯୋଗୁଁ କୃଷକଙ୍କୁ ତୁରନ୍ତ ଲାଭ ଦେବା ପାଇଁ ଅଧିନିୟମ ପାରିତ ହୋଇଛି । ବଜାର କମିଟିର ପରିଚାଳନା ପାଇଁ କୃଷି ମାର୍କେଟିଂ ସେବା ଗଠନକୁ ମଞ୍ଜୁରି ଦିଆଯାଇଛି । ଏଥିସହ ନର୍ସିଂ କ୍ୟାଡର ରୁଲ ସଂଶୋଧନକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଷ୍ଟାଫ ନର୍ସ ଏଣିକି ନର୍ସିଂ ଅଫିସର ଭାବେ ପରିଗଣିତ ହେବେ। ଏହାସହ 6 ବର୍ଷ ପରେ ଷ୍ଟାଫ ନର୍ସଙ୍କ ଚାକିରି ନିୟମିତ କରାଯିବ।

ଏହାସହ 215ଟି ପୁରୁଣା ଆଇନ ଉଚ୍ଛେଦ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ଦିଆଯାଇଛି । 1950ରୁ 2011 ମଧ୍ୟରେ ଆସିଥିବା 215ଟି ଆଇନକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି କୃଷିଜାତ ଦ୍ରବ୍ୟ ଉପରେ ଭୌଗଳିକ ପ୍ରତିବନ୍ଧକକୁ ହଟାଇଯାଇଛି । ଏହାସହ ରାଜ୍ବସ୍ବ, ସ୍ବାସ୍ଥ୍ୟ ଓ ପୂର୍ତ୍ତ ବିଭାଗର ଅନ୍ୟାନ ପ୍ରସ୍ତାବ ଉପରେ ମୋହର ଲାଗିଛି। ଏହାସହ ଲୋକସେବା ଆୟୋଗରେ ଦୁଇଜଣ ସଦସ୍ୟଙ୍କୁ ନିଯୁକ୍ତି ଉପରେ କ୍ୟାବିନେଟ ଅନମୋଦନ କରିଛି ।

ଏହାସହ 215ଟି ପୁରୁଣା ଆଇନ ଉଚ୍ଛେଦ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ଦିଆଯାଇଛି । 1950ରୁ 2011 ମଧ୍ୟରେ ଆସିଥିବା 215ଟି ଆଇନକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 12, 2020, 9:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.